ପାଟନା: ବିହାର ମହାମେଣ୍ଟ ସରକାର କାର୍ଯ୍ୟକାଳ ଆରମ୍ଭ ହେଉହେଉ ବିବାଦ ଆରମ୍ଭ ହୋଇଛି । ଅଫିସିଆଲ୍ ବୈଠକରେ ଭିଣୋଇଙ୍କୁ ଡାକି ହରଡ଼ଘଣାରେ ପଡ଼ିଛନ୍ତି ବିହାରର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ତେଜ୍ ପ୍ରତାପ ଯାଦବ ( Tej Pratap brother in law attended official meeting) । ପରିବେଶ ଓ ଜଙ୍ଗଲ ବିଭାଗ ପ୍ରଥମ ବୈଠକରେ ହିଁ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ତେଜ୍ ପ୍ରତାପ ଯାଦବଙ୍କ ଭିଣୋଇ ସାମିଲ ଥିଲେ ।
ଅଫିସିଆଲ ବୈଠକରେ ଭିଣୋଇ ସାମିଲ, ବିବାଦରେ ମନ୍ତ୍ରୀ ତେଜ ପ୍ରତାପ - tej pratap yadav brother in law
ଅଫିସିଆଲ୍ ବୈଠକରେ ଭିଣୋଇଙ୍କୁ ଡାକି ହରଡ଼ଘଣାରେ ପଡ଼ିଛନ୍ତି ବିହାରର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ତେଜ୍ ପ୍ରତାପ ଯାଦବ ( Tej Pratap brother in law attended official meeting) । ଅଧିକ ପଢ଼ନ୍ତୁ

ତେଜ୍ ପ୍ରତାପ ଯାଦବଙ୍କ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ବୈଠକର ଫଟୋ ସେୟାର କରିଛନ୍ତି । ଶୈଳଶ କୁମାର ତେଜ୍ ପ୍ରତାପ ଯାଦବଙ୍କ ବଡ଼ ଭଉଣୀ ମିଶା ଭାରତୀଙ୍କୁ ବିବାହ କରିଛନ୍ତି, ଯିଏ କି ନିଜେ ଜଣେ ରାଜ୍ୟସଭା ସାଂସଦ । ବୁଧବାର ଶୈଳଶ କୁମାର ତେଜ ପ୍ରତାପ ଯାବଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ବୈଠକ ମଧ୍ୟରେ ଶୈଳଶ କୁମାର ଓ ତେଜ ପ୍ରତାପ ଯାଦବ କଥା ବାର୍ତ୍ତା ମଧ୍ୟ ହେଉଥିଲେ । ବୈଠକ ଶେଷ ନହେବା ପର୍ଯ୍ୟନ୍ତ ଶୈଳେଶଙ୍କୁ ମିଟିଂ ହଲ୍ରେ ବସିବାକୁ କହିଥିଲେ ମନ୍ତ୍ରୀ ତେଜ୍ ପ୍ରତାପ ଯାଦବ । ନିୟମକୁ ଉଲ୍ଲଘଂନ କରିବାକୁ ନେଇ ସବୁବେଳେ ବିବାଦରେ ରହିଥାଆନ୍ତି ତେଜ ପ୍ରତାପ । ଭିଣୋଇଙ୍କ ଅଫିସିଆଲ ବୈଠକର ଫଟୋ ଭାଇରାଲ୍ ହେବାପରେ ତାଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତି ।