ଓଡିଶା

odisha

ETV Bharat / bharat

ପୁଣି ବିବାଦରେ କାଳୀଚରଣ: ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସକୁ ରାକ୍ଷସଙ୍କ ସହ କଲେ ତୁଳନା - Saint kalicharan Controversy

controversial stament of saint kalicharan: ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସକୁ ରାକ୍ଷସଙ୍କ ସହ ତୂଳନା କଲେ କାଳିଚରଣ । ନାଥୁରାମ ଗଡସେଙ୍କୁ ପୁଣି ସମର୍ଥନ । ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ପରୋକ୍ଷ ସମାଲୋଚନା । ଅଧିକ ପଢନ୍ତୁ

ସନ୍ଥ କାଳୀଚରଣଙ୍କର ବିବାଦୀୟ ବୟାନ
ସନ୍ଥ କାଳୀଚରଣଙ୍କର ବିବାଦୀୟ ବୟାନ

By ETV Bharat Odisha Team

Published : Jan 16, 2024, 6:58 PM IST

ରାୟପୁର:ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସଙ୍ଗରେ ମହାରାଷ୍ଟ୍ର ଚର୍ଚ୍ଚିତ ତଥା ବିବାଦୀୟ ସନ୍ଥ କାଳିଚରଣ ପୁଣି ଏକ ଚରମ ବିବାଦୀୟ ବୟାନ ଦେଇଛନ୍ତି । ସେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବର୍ଜନ କରିବା ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏପରିକି ସେ କଂଗ୍ରେସକୁ ଭୂତ, ପିସାଚ ଓ ରାକ୍ଷସଙ୍କ ସହ ତୂଳନା କରିଛନ୍ତି । ଭୂତ-ପ୍ରେତ ମନ୍ଦିରରେ ପ୍ରବେଶ କରିପାରନ୍ତି ନାହିଁ । ତେଣୁ କଂଗ୍ରେସ ମଧ୍ୟ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇପାରିବ ନାହିଁ ବୋଲି କାଳିଚରଣ କହିଛନ୍ତି । ଏହା ବ୍ୟତୀତ ସେ ପୁଣି ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସମର୍ଥନରେ ବୟାନ ଦେଇଛନ୍ତି ।

ଆଜି ରାୟପୁରରେ ଏକ ପ୍ରେସବାର୍ତ୍ତା ବେଳେ ଏହି ପ୍ରସଙ୍ଗରେ କାଳିଚରଣଙ୍କର ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି । ସେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡେସଙ୍କୁ ପ୍ରଣାମ ବୋଲି କହିବା ସହ ନାଥୁରାମ ଦେଶ ବଞ୍ଚାଇ ଦେଇଥିବା ମଧ୍ୟ କହିଛନ୍ତି । ଅଯୋଧ୍ୟା ପରେ ଏବେ କାଶୀ, ମଥୁରା ଓ ଦେଶର 5 ଲକ୍ଷ ମନ୍ଦିର ବାକି ଅଛି ବୋଲି ସେ କହିଥିଲେ । ସେହିପରି ସେ ଶଙ୍କରାଚାର୍ଯ୍ୟଙ୍କ ନାମ ନନେଇ ପରୋକ୍ଷରେ ଏହି ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ସମସ୍ତ ସାଧୁସନ୍ଥ ଅହଂକାର ପରିତ୍ୟାଗ କରି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମଧ୍ୟ କହିଛନ୍ତି । ଯିଏ ରାମ ମନ୍ଦିର ସପକ୍ଷରେ ରହିଛି ସେ ହିଁ ସନାତନୀ ଓ ଯେଉଁମାନେ ବିଘ୍ନ ସୃଷ୍ଟି କାରିବାକୁ ପ୍ରୟାସ କରୁଛନ୍ତି, ସେମାନେ ଅସନାତନୀ ବୋଲି କାଳିଚରଣ କହିଛନ୍ତି ।

ରାମ ମନ୍ଦିର ପ୍ରସଙ୍ଗରେ ସେ କଂଗ୍ରେସ ଶାସନ ଉପରେ ଟାର୍ଗେଟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାର ଯଦି ସେତେବେଳେ ରାମ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲା, ତେବେ ନ୍ୟାୟପାଳିକା ଉପରେ କାହିଁକି ଚାପ ସୃଷ୍ଟି କରି ମନ୍ଦିର ନିର୍ମାଣ ନିଶ୍ଚିତ କଲେ ନାହିଁ ବୋଲି କାଳିଚରଣ କହିଛନ୍ତି । ସେହିପରି ସେ ପ୍ରଧାନମନନ୍ତ୍ରୀ ମୋଦିଙ୍କୁ ନାମ ନନେଇ ପରୋକ୍ଷରେ ଜଣେ ଉତ୍ତମ ରାଜା ବୋଲି କହିଛନ୍ତି, ଯେଉଁ ରାଜା ହିନ୍ଦୁ ମନ୍ଦିର ନିର୍ମାଣ କରୁଛନ୍ତି, ସମସ୍ତେ ତାଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି କାଳିଚରଣ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜ୍ଞାନବ୍ୟାପୀ ମାମଲା: ନିଷେଧାଞ୍ଚଳରେ ଥିବା ପାଣିଟାଙ୍କି ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

କାଳୀଚରଣଙ୍କ ଏହି ବିବାଦୀୟ ଟିପ୍ପଣୀ ଉପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ଯେଉଁ ବ୍ୟକ୍ତି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀର ସମର୍ଥନରେ ବୟାନ ଦେଉଛି, ତାକୁ ଗିରଫ କରିବା ପରିବର୍ତ୍ତେ ଏପରି କରିବା ପାଇଁ ମଞ୍ଚ ପ୍ରଦାନ କରାଯାଉଛି ବୋଲି କଂଗ୍ରେସ କହିଛି । ବିଜେପି ସରକାର ତୁରନ୍ତ ଏହି ଭଣ୍ଡ ସନ୍ଥକୁ ଗିରଫ କରିବା ଉଚିତ ବୋଲି କଂଗ୍ରେସ ପ୍ରଦେଶ ଯୋଗାଯୋଗ ପ୍ରଭାରୀ ସୁଶୀଲ ଆନନ୍ଦ ଶୁକ୍ଳା ଏକ ପ୍ରେସମିଟରେ ଦାବି କରିଛନ୍ତି । ପୂର୍ବରୁ ମଧ୍ୟ କାଳିଚରଣଙ୍କର ବିଭିନ୍ନ ବିବାଦୀୟ ବୟାନ ଗଣମାଧ୍ୟମର ଶିରୋନାମା ପାଲଟିଥିବାର ନଜିର ରହିଛି । ସେ ଜେଲ ମଧ୍ୟ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details