ଓଡିଶା

odisha

ETV Bharat / bharat

Jawaharlal Nehru University: ପୁଣି ବିଶ୍ବବିଦ୍ୟାଳୟ କାନ୍ଥରେ ବିବାଦୀୟ ନାରା - ଜେଏନୟୁ ପ୍ରଧାନମନ୍ତ୍ରୀ ମୋଦି ବିରୋଧି ନାରା

ପୁଣି ଚର୍ଚ୍ଚାରେ ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ବା JNU । ବିଶ୍ବବିଦ୍ୟାଳୟ କାନ୍ଥରେ ପୁଣି ବିବାଦୀୟ ସ୍ଲୋଗାନ୍‌ ଲେଖାଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ନାରା ସହ କାଶ୍ମୀରକୁ ନେଇ ବିବାଦୀୟ ନାରା ଲେଖାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Jawaharlal Nehru University: ପୁଣି ବିଶ୍ବବିଦ୍ୟାଳୟ କାନ୍ଥରେ ବିବାଦୀୟ ନାରା
Jawaharlal Nehru University: ପୁଣି ବିଶ୍ବବିଦ୍ୟାଳୟ କାନ୍ଥରେ ବିବାଦୀୟ ନାରା

By ETV Bharat Odisha Team

Published : Oct 1, 2023, 2:19 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହୁରୁ ବିଶ୍ବବିଦ୍ୟାଳୟ । ବିଶ୍ବବିଦ୍ୟାଳୟ କାନ୍ଥରେ ପୁଣି ବିବାଦୀୟ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ନାରା ସହ କାଶ୍ମୀରକୁ ନେଇ ବିବାଦୀୟ ନାରା ଲେଖାଯାଇଥିବା ଦେଖିବାକୁ ମିଳିଛି ।

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପରିସରରେ ପୂର୍ବରୁ ବି ଦେଶ ବିରୋଧୀ ନାରା ଲେଖା ଯିବା ନଜୀର ରହିଛି । ପୂର୍ବରୁ ଜାତିଭିତ୍ତିକ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ କାଶ୍ମୀର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କିଛି ଆପତ୍ତିଜନକ ଟିପ୍ପଣୀ ଲେଖାଯାଇଥିବା ଦେଖିବାକୁ ମିଳିଛି । କାଶ୍ମୀର ଓ ଆଇଓକେ (ଭାରତ ଅଧିକୃତ କଶ୍ମୀର)କୁ ନେଇ ଦେଶ ବିରୋଧୀ ମନ୍ତବ୍ୟ ଲେଖାଯାଇଛି । ତେବେ ହିନ୍ଦୀ ଓ ଇଂରାଜୀ ଭାଷାରେ ଲାଲ ଓ ନୀଳ ରଙ୍ଗରେ ଏଗୁଡିକ ଲେଖାଯାଇଛି ।

ଏହାମଧ୍ୟ ପଢନ୍ତୁ..JNU ୟୁନିଭର୍ସିଟି କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ, ମୁହଁ ଖୋଲିଲେ କୁଳପତି

ଦେଶର ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର କାନ୍ଥରେ ଏଭଳି ଘୃଣାସୃଷ୍ଟିକାରୀ ମନ୍ତବ୍ୟ କିଏ ଲେଖିଛି ତାହା ସ୍ପଷ୍ଚ ହୋଇନାହିଁ । ସୂଚନା ଅନୁୟାୟୀ କାନ୍ଥରେ 'ଫ୍ରି କାଶ୍ମୀର', 'ଆଇଓକେ(ଭାରତ ଅଧିକୃତ କଶ୍ମୀର)', 'ଭଗଓ୍ବା ଜଲେଗା', 'ମୋଦୀ ତେରି କବ୍ର ଖୁଦେଗୀ' ଭଳି ଆପତ୍ତିଜନକ ଟିପ୍ପଣୀ ଲେଖାଯାଇଛି । ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ମଧ୍ୟରେ ଥିବା ସ୍କୁଲ୍‌ ଅଫ୍‌ ଲାଙ୍ଗୁଏଜ୍‌ ପରିସରରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିଏଏ ଓ ଏନଆରସିକୁ ନେଇ ମଧ୍ୟ ବିବାଦୀୟ ଟିପ୍ପଣୀ ଲେଖାଯାଇଥିବା ଦେଖିବାକୁ ମିଳିଛି । କିଏ ଏବଂ କେତେବେଳେ ଏଗୁଡିକ ଲେଖାଯାଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଶ୍ବବିଦ୍ୟାଳୟ ପ୍ରଶାସନ କିମ୍ୱା ଅଧିକାରୀଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଏହାମଧ୍ୟ ପଢନ୍ତୁ..The Kerala Story: ଜେଏନୟୁ କ୍ୟାମ୍ପସରେ ପ୍ରଦର୍ଶିତ ହେଲା ଫିଲ୍ମ

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ କାନ୍ଥରେ ଜାତିଭିତ୍ତିକ ବିବାଦୀୟ ସ୍ଲୋଗାନ୍‌ ଲେଖା ଯାଇଥିବା ଦେଖିବାକୁ ମିଳିଥିଲା । ବ୍ରାହ୍ମଣ ବିରୋଧୀ ନାରା ସହ ଅଧ୍ୟାପକମାନଙ୍କ ନାମଫଳକରେ ବି ବିବାଦୀୟ ଟିପ୍ପଣୀ ଲେଖାଯାଇଥିଲା । ଯାହାର ତଦନ୍ତ କରିବାକୁ ବିଶ୍ବବିଦ୍ୟାଳୟ ପ୍ରଶାସନ ଏକ ଯାଞ୍ଚ କମିଟି ଗଠନ କରିଥିଲେ । କିନ୍ତୁ କିଏ ଏଭଳି କାର୍ଯ୍ୟ କରିଥିଲା ସେନେଇ କମିଟି ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନଥିଲା ।

ତେବେ ଏଭଳି ଦେଶ ବିରୋଧୀ ନାରା ଲେଖିବାରେ ଜେଏନୟୁର ଛାତ୍ର ନା ବାହାର ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ବାରମ୍ବାର ଏଭଳି ବିବାଦୀୟ ଘଟଣା ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଥିବା ବେଳେ ଏଥିରେ କାହାର ସମ୍ପୃକ୍ତି ରହିଛି ତାହାର ତଦନ୍ତ ପରିସରଭୂକ୍ତ ହେବାର ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details