ଓଡିଶା

odisha

ETV Bharat / bharat

Constitution ୧୨୭ Amendment Bill; ଆଜି ରାଜ୍ୟସଭାରେ ହେବ ଆଗତ - ପଛୁଆ ବର୍ଗ

ରାଜ୍ୟମାନଙ୍କୁ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର ଅଧିକାର ଦେଉଥିବା ସମ୍ବିଧାନ ସଂଶୋଧନ ବିଲ ଆଜି ରାଜ୍ୟସଭାରେ ଆଲୋଚନା ପାଇଁ ହେବ ଆଗତ । ଗତକାଲି(ମଙ୍ଗଳବାର) ବିଲ ଲୋକସଭାରେ ପୁରା ସମର୍ଥନ ସହ ପାସ ହୋଇଛି ।

Constitution ୧୨୭ Amendment Bill
Constitution ୧୨୭ Amendment Bill

By

Published : Aug 11, 2021, 11:01 AM IST

ନୂଆଦିଲ୍ଲୀ: ରାଜ୍ୟମାନଙ୍କୁ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର ଅଧିକାର ଦେଉଥିବା ସମ୍ବିଧାନ ସଂଶୋଧନ ବିଲ ଆଜି ରାଜ୍ୟସଭାରେ ଆଲୋଚନା ପାଇଁ ହେବ ଆଗତ । ଗତକାଲି(ମଙ୍ଗଳବାର) ବିଲ ଲୋକସଭାରେ ପୁରା ସମର୍ଥନ ସହ ପାସ ହୋଇଛି ।

ବିଲ ସପକ୍ଷରେ ପୁରା ବିରୋଧୀ ସରକାରଙ୍କୁ ସମର୍ଥନ କରିଥିବା ବେଳେ ବିରୋଧରେ କୌଣସି ଦଳ ଯାଇନଥିଲେ । କିନ୍ତୁ ବିରୋଧୀ ସଂରକ୍ଷଣ ପ୍ରସଙ୍ଗରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦାବି କରିଥିଲେ । ତେବେ ବିଲ ଆଜି ରାଜ୍ୟସଭାରେ ଆଗତ ହେବାକୁ ଥିବାରୁ ଏବେ ବିରୋଧୀଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର । କାରଣ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଥିଲା । ଯାହାକୁ ନେଇ ଆଜି ବଡ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଅଧ୍ୟକ୍ଷ । କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜୱା ଗତକାଲି ଲନକୁ ଆସି ଟେବୁଲ ଉପରେ ଚଢି ହଙ୍ଗାମା କରିଥିଲେ ।

ଅନ୍ୟପଟେ ଆଜି ଲୋକସଭାରେ ପୁଣି ଥରେ ପେଗାସସ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ମନୀଷ ତିୱାରୀ ମୁଲତବୀ ନୋଟିସ ଦେଇଛନ୍ତି । ଏହାସହ ସାଂସଦ ମଣିକମ ଟେଗୋର ମଧ୍ୟ ଦରଦାମ ବୃଦ୍ଧିକୁ ନେଇ ଦେଇଛନ୍ତି ମୁଲତବୀ ନୋଟିସ ।

ଏହାବାଦ ଆଜି ଲୋକସଭାରେ ବୈଦେଶିକ ମନ୍ତ୍ରଣାଳୟ ସମ୍ପର୍କିତ ଷ୍ଟାଣ୍ଡି କମିଟିର ରିପୋର୍ଟ ଉପସ୍ଥାପନ ହେବ । ସେହିପରି ଅର୍ଥ ମନ୍ତ୍ରଣାଳୟ ଷ୍ଟାଣ୍ଡି କମିଟିର ରିପୋର୍ଟ ବି ଗୃହକୁ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details