ନୂଆଦିଲ୍ଲୀ:ଠକ ସୁକେଶର ସାଙ୍ଘାତିକ ଅଭିଯୋଗ । ଦିଲ୍ଲାର ଆପ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଠକ ସୁକେଶ ଚନ୍ଦ୍ରଶେଖର । ବର୍ତ୍ତମାନ ଠକେଇ ମାମଲାରେ ତିହାଡ଼ ଜେଲ୍ରେ ରହିଛନ୍ତି ସୁକେଶ । ତେବେ ଦକ୍ଷିଣରେ ଆପ୍ ମୁଖ୍ୟ ପଦବୀ ପାଇବା ପାଇଁ ସୁକେଶ ଆପ୍କୁ ୫୦ କୋଟି ଟଙ୍କା ଦେଇଥିଲେ । ଖାଲି ସେତିକି ନୁହେଁ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍କୁ ସୁକେଶ ୧୦ କୋଟି ଟଙ୍କା ଦେଇଥିବା କଥା କହିଛନ୍ତି ।
ପ୍ରୋଟେକ୍ସନ ମନି ଭାବରେ(protection money) ସତ୍ୟେନ୍ଦ୍ର ଜୈନ୍ଙ୍କୁ ସୁକେଶ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖିଛି ସୁକେଶ । ଏହି ଚିଠିରେ ଆପ୍କୁ ମଧ୍ୟ ୫୦ କୋଟି ଟଙ୍କା ଦେଇଥିବା କଥା ଉଲ୍ଲେଖ କରିଛନ୍ତି ସୁକେଶ । ଏହା ବଦଳରେ ସୁକେଶକୁ ଦକ୍ଷିଣ ଭାରତର ଆପ୍ ପ୍ରମୁଖ ନିଯୁକ୍ତ କରିବାକୁ ଡିଲ୍ ହୋଇଥିଲା । ତା ସହିତ ସୁକେଶଙ୍କୁ ରାଜ୍ୟସଭା ପଠାଇବାକୁ ମଧ୍ୟ ଆପ୍ ପ୍ରତିଶୃତି ଦେଇଥିବା ଅଭିଯୋଗ ହୋଇଛି ।
ସୁକେଶଙ୍କ ଅଭିଯୋଗ ମୁତାବକ ଜେଲ୍ରେ ରହିବା ସମୟରେ ତାଙ୍କୁ ବହୁବାର ହତ୍ୟା ଧମକ ଦିଆଯାଇଛି । ଏଥିପାଇଁ ସେ ତିହାଡ଼ରେ ରହି ସତ୍ୟେନ୍ଦ୍ର ଜୈନ୍ଙ୍କୁ ପ୍ରୋଟୋକ୍ସନ ଦେଇଛନ୍ତି । ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନ ମଧ୍ୟ ତିହାଡ଼ ଜେଲ୍ରେ ରହିଛନ୍ତି । ସୁକେଶଙ୍କୁ ଚଳିତ ବର୍ଷ ଅଗଷ୍ଟରେ ଦିଲ୍ଲୀର ମଣ୍ଡୋଲୀ ଜେଲ୍କୁ ସ୍ଥାନାନ୍ତରିତ କରାଯାଇଛି । ସୁକେଶଙ୍କୁ ତିହାଡ଼ରେ ହତ୍ୟା ଧମକ ମିଳିବା ନେଇ ଅଭିଯୋଗ ହେବାପରେ ତାଙ୍କୁ ମଣ୍ଡୋଲୀ ଜେଲ୍କୁ ସ୍ଥାନାନ୍ତର କରାଯାଇଛି ।