ଓଡିଶା

odisha

ETV Bharat / bharat

Uttarakhand Result: କଂଗ୍ରେସ ପ୍ରତିଶୃତିକୁ ଅଣଦେଖା, ଫେଲ ମାରିଲା ଚାର ଧାମ୍‌ ଚାର କାମ୍‌ ରଣନୀତି - ଫେଲ ମାରିଲା ଚାର ଧାମ୍‌ ଚାର କାମ୍‌ ରଣନୀତି

ଉତ୍ତରାଖଣ୍ଡରେ ଫେଲ ମାରିଲା କଂଗ୍ରେସ । ବହୁମତରେ ବିଜୟ ହାସଲ କରିବ ବୋଲି ଦାବି କରି ଆସୁଥିବା କଂଗ୍ରେସ ହାତରେ ଯାଇନି ଦେବଭୂମିର ଗାଦି । ସେପଟେ ବିଜେପି ଦ୍ବିତୀୟ ଥର ବିଜୟୀ ହୋଇ ଇତିହାସ ରଚିବା ଉପରେ ରହିଛି । ଅଧିକ ପଢନ୍ତୁ

ELECTION 2022: କଂଗ୍ରେସ ପ୍ରତିଶୃତିକୁ ଅଣଦେଖା, ଫେଲ ମାରିଲା ଚାର ଧାମ୍‌ ଚାର କାମ୍‌ ରଣନୀତି
ELECTION 2022: କଂଗ୍ରେସ ପ୍ରତିଶୃତିକୁ ଅଣଦେଖା, ଫେଲ ମାରିଲା ଚାର ଧାମ୍‌ ଚାର କାମ୍‌ ରଣନୀତି

By

Published : Mar 10, 2022, 3:40 PM IST

Updated : Mar 10, 2022, 3:48 PM IST

ଡେରାଡୁନ:ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ୨୦୨୨ରେ ବହୁମତରେ ବିଜୟ ହାସଲ କରିବାକୁ ଦାବି କରିଆସୁଥିବା କଂଗ୍ରେସ ଶେଷରେ ଫେଲ ମାରିଛି । ମତଗଣନା ଆରମ୍ଭ ହେବା ପରେ ଆଗୁଆ ରହିଥିଲା ବିଜେପି । ଅପରାହ୍ନ ପରେ ବିଜେପି ମ୍ୟାଜିକ ନମ୍ବରର ନିକଟତର ହୋଇଥିଲା । କିନ୍ତୁ ଖାସ କଥା ହେଉଛି କଂଗ୍ରେସ ଚଳିତ ନିର୍ବାଚନ ଜରିଆରେ ପୁଣି କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିଲା । ଏଥିଲାଗି ରାଜ୍ୟବାସୀଙ୍କୁ ଅନେକ ପ୍ରତିଶୃତି ମଧ୍ୟ ଦେଇଥିଲା ଦଳ । ହେଲେ ରାଜ୍ୟବାସୀ ସମସ୍ତ ପ୍ରତିଶୃତିକୁ କରିଛନ୍ତି ଅଣଦେଖା । ଫଳରେ ରାଜ୍ୟରେ ଫେଲ ମାରିଛି 'ଚାର ଧାମ୍‌ ଚାର କାମ୍‌' ରଣନୀତି ।

କଂଗ୍ରେସ ଫେବୃଆରୀ ୨ ତାରିଖରେ ନିର୍ବାଚନ ଘୋଷଣା ପତ୍ର ଜାରି କରିଥିଲା । କଂଗ୍ରେସର ଜାତୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଡେରାଡୁନ ପହଞ୍ଚି କଂଗ୍ରେସ ମୁଖ୍ୟାଳୟରେ 'ଉତ୍ତରାଖଣ୍ଡି ସ୍ବାଭିମାନ ପ୍ରତିଜ୍ଞା ପତ୍ର' ଉନ୍ମୋଚନ କରିଥିଲେ । କଂଗ୍ରେସର ଏହି ପ୍ରତିଜ୍ଞା ପତ୍ରରେ ବିଜୁଳି, ପାଣି, ରୋଜଗାର, ଶିକ୍ଷା, ସ୍ବାସ୍ଥ୍ୟ ସହିତ ଅନେକ ମୁଦ୍ଦା ରହିଥିଲା । ପତ୍ର ଜାରି କରିବା ସମୟରେ କଂଗ୍ରେସ କହିଥିଲା ଯେ ଘୋଷଣା ପତ୍ରକୁ ପ୍ରତିଜ୍ଞା ପତ୍ର ଏଥିପାଇଁ କୁହାଯାଉଛି ଯେ ଏଥିରେ ଲେଖାଥିବା ପ୍ରତିଟି କଥାକୁ ଦଳ ପକ୍ଷରୁ ପୂରଣ କରାଯିବ । ମାତ୍ର ଏହା ପରେ ମଧ୍ୟ କଂଗ୍ରେସର ପ୍ରତିଶୃତି ଅଣଦେଖା କରିଛନ୍ତି ଦେବଭୂମି ବାସୀ ।

  • ଚାର ଧାମ୍‌ ଚାର କାମ୍‌ ?

କଂଗ୍ରେସ ନିର୍ବାଚନୀ ପ୍ରଚାର ସମୟରେ ଚାର ଧାମ୍‌, ଚାର କାମ୍‌ ଆରମ୍ଭ କରିଥିଲା । କଂଗ୍ରେସ ନିଜ ଘୋଷଣା ପତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ରଖିଥିଲା । କିନ୍ତୁ କଂଗ୍ରେସ ନିଜ ପ୍ରତିଜ୍ଞା ପତ୍ରରେ ୪ଟି ବଡ଼ କାମ କରିବାକୁ ପ୍ରତିଶୃତି ଦେଇଥିଲା । ଏହି ୪ଟି ପ୍ରସଙ୍ଗ ମଧ୍ୟରେ କଂଗ୍ରେସ ମହଙ୍ଗା, ରୋଜଗାର, ଗରିବ ପରିବାରଙ୍କୁ ସହାୟତା ଯୋଗାଇବା ଓ ଗାଁ ଗାଁରେ ସୁବିଧାକୁ ପହଞ୍ଚାଇବା ଉପରେ ଫୋକସ କରିଥିଲା । ଏହା ଥିଲା କଂଗ୍ରେସର ଚାର ଧାମ୍‌ ଚାର କାମ୍‌ ।

  • କଂଗ୍ରେସର ପ୍ରତିଶୃତି

ପ୍ରଥମ କାମ: ଗ୍ୟାସ ସିଲିଣ୍ଡରକୁ ୫୦୦ ଟଙ୍କା ମଧ୍ୟରେ ରହିବାର ପ୍ରତିଶୃତି

ଦ୍ବିତୀୟ କାମ: ୪ ଲକ୍ଷ ଯୁବଗୋଷ୍ଠୀଙ୍କୁ ରୋଜଗାର ଦେବା

ତୃତୀୟ କାମ:୫ ଲକ୍ଷ ଗରିବ ପରିବାରକୁ ୪୦ ହଜାର ଆର୍ଥିକ ସହାୟତା ଯୋଗାଇବା

ଚତୁର୍ଥ କାମ: ସ୍ବାସ୍ଥ୍ୟ ସୁବିଧାଗୁଡ଼ିକୁ ଗାଁ ଗାଁରେ ପହଞ୍ଚାଇବା

କଂଗ୍ରେସ ରୋଜଗାର, ମହଙ୍ଗା, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ପ୍ରସଙ୍ଗ ଉଠାଇ ଉତ୍ତରାଖଣ୍ଡ ଭୋଟ ହାତେଇବାକୁ ଉଦ୍ୟମ କରିଥିଲା । ମାତ୍ର ସମସ୍ତ ଉଦ୍ୟମ, ରଣନୀତି ଫେଲ ମାରିଛି । ରାଜ୍ୟବାସୀ ଗୋଟିଏ ବର୍ଷ ଅନ୍ତରରେ ୨ଟି ଦଳକୁ ଶାସନ ଭାର ଦେଉଥିବାର ରେକର୍ଡକୁ ଭାଙ୍ଗିଛନ୍ତି । ବିଜେପି ଚଳିତ ନିର୍ବାଚନ ଜିତି ୨ୟ ଥର ଲଗାତର ସରକାର ଗଢି ଇତିହାସ ରଚିବାକୁ ଯାଉଛି । ରାଜ୍ୟବାସୀ ପୁଣି ଆଉ ଥରେ ବିଜେପିକୁ ସୁଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2022, 3:48 PM IST

ABOUT THE AUTHOR

...view details