ଓଡିଶା

odisha

ETV Bharat / bharat

କଂଗ୍ରେସର ମିଶନ ୟୁପି, ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରିୟଙ୍କା - ନେତା ଓ କର୍ମୀଙ୍କୁ ପ୍ରିୟଙ୍କାଙ୍କ ଗୁରୁମନ୍ତ୍ର

ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ଆରମ୍ଭ କରିଛି ମିଶନ ୟୁପି । ଅଧିକ ପଢନ୍ତୁ...

କଂଗ୍ରେସର ମିଶନ ୟୁପି, ସଂଗଠନକୁ ମଜବୁତ କରିବାକୁ ନେତା ଓ କର୍ମୀଙ୍କୁ ପ୍ରିୟଙ୍କାଙ୍କ ଗୁରୁମନ୍ତ୍ର
କଂଗ୍ରେସର ମିଶନ ୟୁପି, ସଂଗଠନକୁ ମଜବୁତ କରିବାକୁ ନେତା ଓ କର୍ମୀଙ୍କୁ ପ୍ରିୟଙ୍କାଙ୍କ ଗୁରୁମନ୍ତ୍ର

By

Published : Jul 3, 2021, 8:34 AM IST

ଲକ୍ଷ୍ନୌ: ଆଗକୁ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ । ଏନେଇ ଦଳକୁ ସୁଦୃଢ କରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ମିଶନ ୟୁପି । ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ଦଳର ଇନଚାର୍ଜ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ଦଳର ନେତା ଓ କର୍ମୀଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରାଜ୍ୟରେ ସଂଗଠନକୁ ମଜବୁତ କରିବା ।

ପ୍ରୟାଗରାଜ ଏବଂ ସୁଲତାନପୁର ଜିଲ୍ଲାର ସଂଗ୍ରେସ କର୍ମୀଙ୍କ ସହ ଭିସି ଯୋଗେ ଆଲୋଚନା କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ରାଜ୍ୟ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିରୋଧରେ ଏକ ଜନ ଆନ୍ଦୋଳନ ହେବା ଉଚିତ । ଏଥି ପାଇଁ ସଂଗଠନକୁ ମଜବୁତ କରିବାର ଆବଶ୍ୟକତା ରହିଛି । ଦଳର ନେତା ଓ ମନ୍ତ୍ରୀ ଏଥି ପ୍ରତି କାର୍ଯ୍ୟକରିବା ଉଚିତ୍ ।

ଏକ ବିଶେଷ ସୁତ୍ରକୁ ଜଣାପଡିଛି ଯେ 2022ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ୟୁପି କଂଗ୍ରେସ କ୍ୟାଡର ପ୍ରସ୍ତୁତ କରୁଛି । ଏନେଇ କଂଗ୍ରେସ ବ୍ଲକ ସଭାପତି, ଜିଲ୍ଲା ନଗର ସଭାପତି ତଥା ରାଜ୍ୟ ଅଧିକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛି ।

ଏହି ତାଲିମ ଅଧିବେଶନ ଜୁଲାଇ 10 ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହେବ। ପ୍ରିୟଙ୍କା ଗାନ୍ଧୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଅଧିବେଶନକୁ ସମ୍ବୋଧିତ କରିବେ।

@ANI

ABOUT THE AUTHOR

...view details