ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତୃଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ହେଲିକପ୍ଟର ଆଗକୁ ଚାରି ଜଣ କଂଗ୍ରେସ କର୍ମୀ କଳା ବେଲୁନ ଛାଡି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବିଜୟଓ୍ୱାଡା ଗନ୍ନାଭରମ ଏୟାରପୋର୍ଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଉଡାଣ ଭରୁଥିଲା ସେତେବେଳେ ଚାରି ଜଣ କଂଗ୍ରେସ କର୍ମୀ କଳା ବେଲୁନ ଛାଡିଦେଇଥିଲେ । କଳା ବେଲୁନ ଛାଡିଥିବା ଚାରି କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି ! ହେଲିକପ୍ଟର ଆଗକୁ ଛାଡିଦେଲେ କଳା ବେଲୁନ
ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତୃଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ହେଲିକପ୍ଟର ଆଗକୁ ଚାରି ଜଣ କଂଗ୍ରେସ କର୍ମୀ କଳା ବେଲୁନ ଛାଡି ଦେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ
ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କୁ କଳା ବେଲୁନ ପ୍ରଦର୍ଶନ
ଗନ୍ନାଭରମ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବାର 5 ମିନିଟ ପରେ ସୁରାମପଲ୍ଲୀ ଅଞ୍ଚଳ ନିକଟରେ କଳା ବେଲୁନ ଛାଡିଥିଲେ । ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ସେମାନେ ହେଲିକପ୍ଟର ଅଭିମୁଖେ କଳା ବେଲୁନକୁ ଉଡାଇ ଥିଲେ ବୋଲି କ୍ରିଷ୍ଣା ଜିଲ୍ଲାର ଏସପି ସିଦ୍ଧାର୍ଥ କୌଶଲ ସୂଚନା ଦେଇଛନ୍ତି । ତେବେ ଚାରି କଂଗ୍ରେସ କର୍ମୀଙ୍କୁ ତୁରନ୍ତ ଗିରଫ କରିଛି ପୋଲିସ ।