ଓଡିଶା

odisha

By

Published : Aug 24, 2022, 9:30 AM IST

ETV Bharat / bharat

ଆସନ୍ତା ୭ରେ Bharat Jodo Yatra କରିବ କଂଗ୍ରେସ

ଦେଶକୁ ଏକଜୁଟ କରିବା ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ସାରା ଦେଶରେ ଭାରତ ଯୋଡୋ ଆନ୍ଦୋଳନ (Bharat Jodo Yatra) କରିବ କଂଗ୍ରେସ । ଅଧିକ ପଢ଼ନ୍ତୁ

congress will start bharat jodo pada yatra
ସେପ୍ଟେମ୍ବର ୭ରେ ଭାରତ ଯୋଡୋ ଆନ୍ଦୋଳନ କରିବ କଂଗ୍ରେସ, ୩୫୦୦ କିମିର ପଦଯାତ୍ରା ନେଇ ଘୋଷଣା

ନୂଆଦିଲ୍ଲୀ:ସାରା ଦେଶରେ 'ଭାରତ ଯୋଡୋ' ଆନ୍ଦୋଳନ କରିବ କଂଗ୍ରେସ (congress will start bharat jodo yatra) । ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୩୫୦୦ କିଲୋମିଟର ପଦଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂ ଏବଂ ଜୟରାମ ରମେଶ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିଛନ୍ତି । ଏହି ପଦଯାତ୍ରାରେ ଦେଶର ୧୨ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ହେବ ବୋଲି ଦଳ କହିଛି ।

ଏନେଇ କଂଗ୍ରେସ କହିଛି, " ଦେଶରେ ସୃଷ୍ଟି ହେଉଥିବା ଘୃଣ୍ୟ ପରିବେଶ, ସମ୍ବିଧାନ ସ୍ବତନ୍ତ୍ରତାର ଉଲ୍ଲଂଘନ, ମୁଦ୍ରାସ୍ଫୀତି, ଅହେତୁକ ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ଇତ୍ୟାଦି ହେଉଛି ଯାତ୍ରାର ମୂଳ ଉଦ୍ଦେଶ୍ୟ ।" କଂଗ୍ରେସ ଯାତ୍ରା ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ କରି କାଶ୍ମୀରରେ ଶେଷ ହେବ । ଏଥିରେ ସାମାଜିକ ସଂଗଠନ ଏବଂ ସମ ବିଚାରଧାରା ଲୋକମାନେ ସାମିଲ ହୋଇପାରିବେ ବୋଲି ଦଳ କହିଛି । ଅନ୍ୟପକ୍ଷରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ପ୍ରସ୍ତାବିତ 'ଭାରତ ଯୋଡ଼ୋ' ପଦଯାତ୍ରା ପ୍ରସଙ୍ଗରେ ନାଗରିକ ସମାଜର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୋମବାର ଏକ ବୈଠକ କରିଥିଲେ ।

ସେ କହିଛନ୍ତି, "ଏହି ଯାତ୍ରା ଆମ ପାଇଁ ତପସ୍ୟା ଭଳି । ଦେଶକୁ ଏକଜୁଟ କରିବାକୁ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ।" ଅନୁଷ୍ଠିତ ବୈଠକରେ 'ସ୍ବରାଜ ଭାରତର'ର ଯୋଗେନ୍ଦ୍ର ଯାଦବ, ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ସୟଦା ହମିଦ, ଏକତା ପରିଷଦର ପି.ଭି ରାଜଗୋପାଲଙ୍କ ସମେତ ସାମାଜିକ ତଥା ବେସରକାରୀ ସଂଗଠନର ପ୍ରାୟ ୧୫୦ ପ୍ରତିନିଧି ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଗାନ୍ଧିଜୀଙ୍କ ଫଟୋ ନଷ୍ଟ କରିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ PA ଗିରଫ

ସୂଚନା ଥାଉକି, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଅଗଷ୍ଟ ୫ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ । ବ୍ୟାପକ ପ୍ରଦର୍ଶନ କରିବା ସହିତ କଂଗ୍ରେସ ସଂସଦ ଠାରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିଥିଲା । କଂଗ୍ରେସର ସାଂସଦମାନେ କଳା ପୋଷାକ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏଥିରେ ଦଳର କର୍ମୀ ଓ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଶଶି ଥରୁରଙ୍କ ଭଳି ନେତା ସାମିଲ ହୋଇଥିଲେ । ବେକରେ ଲଙ୍କା ଲେମ୍ବୁର ମାଳ ପକାଇ ନାରାବାଜୀ ଆରମ୍ଭ କରିଥିଲେ । ଏହାର ପ୍ରଭାବ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଥିଲେ କଂଗ୍ରେସ ନେତା । ଏହି କ୍ରମରେ ଅନେକ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଥିଲା ।

ABOUT THE AUTHOR

...view details