ଓଡିଶା

odisha

ETV Bharat / bharat

ବର୍ଦ୍ଧିତ ତୈଳ ଦର ପ୍ରସଙ୍ଗ; ଜୁଲାଇ 7ରୁ 17 କଂଗ୍ରେସର ବିକ୍ଷୋଭ - କଂଗ୍ରେସ

ବର୍ଦ୍ଧିତ ତୈଳ ଦର ବୃଦ୍ଧିକୁ ନେଇ ଜୁଲାଇ 7ତାରିଖରୁ 17 ତାରିଖ ଯାଏଁ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି କଂଗ୍ରେସ । ଅଧିକ ପଢନ୍ତୁ...

ଜୁଲାଇ 7ରୁ 17 କଂଗ୍ରେସର ବିକ୍ଷୋଭ
ଜୁଲାଇ 7ରୁ 17 କଂଗ୍ରେସର ବିକ୍ଷୋଭ

By

Published : Jun 25, 2021, 9:58 AM IST

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢିଚାଲିଛି ତେଲ ଦର । ଗୋଟେ ପଟେ କୋରୋନା ଅନ୍ୟପଟେ ତୈଳର ଏପରି ଦର ବୃଦ୍ଧିକୁ ନେଇ ସାଧାରଣ ଲୋକଟିଓ ହନ୍ତସନ୍ତ ହେଉଛି । ଯାହାର ବିରୋଧ କରିଛି କଂଗ୍ରେସ । ଏ ନେଇ ଜୁଲାଇ 7ତାରିଖରୁ 17 ତାରିଖ ଯାଏଁ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି କଂଗ୍ରେସ ।

ଏହି ଧାରଣା ଦେଶର କୋଣ ଅନୁକୋଣରେ କରାଯିବ । କଂଗ୍ରେସର ସୂଚନା ଅନୁସାରେ ଦେଶରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହା ସହିତ ସମସ୍ତ କଂଗ୍ରେସ ନେତା ଓ ଦଳୀୟ କର୍ମୀ ଜିଲ୍ଲା ସ୍ତରରେ ଏକ ସାଇକେଲ ଯାତ୍ରା କରିବେ । ତୈଳ ଦର ହ୍ରାସ କରିବା ସେମାନଙ୍କ ମୁଖ୍ୟ ଦାବି ରହିବ ବୋଲି କହିଛି କଂଗ୍ରେସ ।

ପୂର୍ବରୁ ଗୁରୁବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ଦଳର ସାଧାରଣ ସମ୍ପାଦକଙ୍କ ସମେତ ରାଜ୍ୟ ଦାୟିତ୍ବରେ ଥିବା ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ତୈଳ ଦର ବୃଦ୍ଧିକୁ ନେଇ 10 ଦିନିଆ ବିକ୍ଷୋଭ ପ୍ରର୍ଦଶନ ପାଇଁ ନିଷ୍ପତ୍ତି ହୋଇଛି ।

ଏହା ପୂର୍ବରୁ କଂଗ୍ରେସ ଜୁନ 11ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରର୍ଦଶନ କରିଥିଲା । ଦେଶର ସବୁ ପେଟ୍ରୋଲ ପମ୍ପ ନିକଟରେ 4ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା । ବର୍ତ୍ତମାନ ଦେଶର ଅନେକ ସ୍ଥାନରେ 100 ଟପିଛି ପେଟ୍ରୋଲ ଦର । ଏହାକୁ ଦୃଷ୍ଟିରେ ରଖି ଧାରଣା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details