ଚଣ୍ଡିଗଡ:ବିଧାନସଭା ନିର୍ବାଚନରେ ପରାଜୟ ପରେ ଖୁବ ଶୀଘ୍ର ପଞ୍ଜାବରେ ନିଯୁକ୍ତ ହେବେ ନୂଆ ପିସିସି ସଭାପତି ଓ ବିଧାୟକ ଦଳ ନେତା । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳ ହାଇକମାଣ୍ଡ ଏନେଇ ଚୂଡାନ୍ତ ନିର୍ଣ୍ଣୟ ନେବା ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ । ଇଟିଭି ଭାରତ ସହ ଆଲୋଚନା କରି ହରିଶ କହିଛନ୍ତି, ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରସ୍ତାବିତ ନାମ ଉପରେ ବିଚାର ଜାରି ରହିଛି । ଏନେଇ ଏକ ସମ୍ଭାବ୍ୟ ତାଲିକା କେନ୍ଦ୍ରୀୟ କମିଟିକୁ ପ୍ରଦାନ କରାଯିବା । ପରେ ହାଇକମାଣ୍ଡ ଚୂଡାନ୍ତ ମୋହର ମାରିବେ ।
ଗତ ନିର୍ବାଚନ (୨୦୧୭) ୧୭୭ ଆସନରୁ ୭୭ରେ ବିଜୟୀ ହୋଇ ସରକାର କରିଥିଲା କଂଗ୍ରେସ । ତେବେ ଚଳିତଥର ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ୯୨ ଆସନ ଜିତି କ୍ଷମତାରୁ କଂଗ୍ରେସକୁ ବେଦଖଲ କରିଛି କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟି । ମାତ୍ର ୧୮ ଆସନ ଜତିଥିବା କଂଗ୍ରେସ ରାଜ୍ୟରେ ସତ୍ତା ହାରାଇବା ପରିସ୍ଥିତିକୁ ଆସିଥିଲା । କେନ୍ଦ୍ରୀୟ କମିଟି ବୈଠକ ପରେ ସୋନିଆ ଗାନ୍ଧୀ ପିସିସି ମୁଖ୍ୟ ସିଦ୍ଧୁଙ୍କୁ ଇସ୍ତାଫା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।