ନୂଆଦିଲ୍ଲୀ:ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଦେବା ପରେ ଏବେ ଆଗକୁ ଆସୁଥିବା ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ପାଇଁ ମିଳିତ ବିରୋଧୀଙ୍କୁ ଏକାଠି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏହି କଥାବାର୍ତ୍ତା ପ୍ରକ୍ରିୟାର ନେତୃତ୍ବ ନେବ କଂଗ୍ରେସ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ ଦଳମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି ।
ଏନେଇ ଖୁବଶୀଘ୍ର ଏନେଇ ବୈଠକ ଆହୁତ କରିବ କଂଗ୍ରେସ । ପ୍ରଥମେ ବିରୋଧୀ ଦଳମାନଙ୍କ କଥା ହେବା ପରେ ପ୍ରସ୍ତାବିତ ପ୍ରାର୍ଥୀଙ୍କ ଏକ ତାଲିକା ଏକତ୍ରୀକରଣ କରାଯିବ । ପରେ ସମସ୍ତ ଦଳଙ୍କ ସହମତିରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଚୂଡାନ୍ତ କରାଯିବ । ତେବେ କଂଗ୍ରେସର ଆଗ୍ରହ ପଛରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ସ୍ଥାନ ଦେବ କି ପ୍ରଶ୍ନରେ ଦଳ ପକ୍ଷରୁ ଦଳ ମଧ୍ୟ ସ୍ପଷ୍ଟୀକରଣ ରଖିଛି । ପ୍ରାର୍ଥୀ କଂଗ୍ରେସରୁ ହେବା ଜରୁରୀ ନୁହେଁ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ପ୍ରାର୍ଥୀ ଯେକୌଣସି ଦଳରୁ ହେଲେ ମଧ୍ୟ ମିଳିତ ବିରୋଧୀଙ୍କ ସହମତିରେ ହେବା ଉଚିତ ବୋଲି କଂଗ୍ରେସ କହିଛି ।