ଓଡିଶା

odisha

Rajasthan Assembly Poll: 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମୈଦାନ

By ETV Bharat Odisha Team

Published : Oct 8, 2023, 10:11 PM IST

ଅକ୍ଟୋବର 16ରୁ ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ପ୍ରଚାର । 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମଇଦାନ । ଅଧିକ ପଢନ୍ତୁ

Rajasthan Assembly Poll
Rajasthan Assembly Poll

ଜୟପୁର:2024 ନିର୍ବାଚନ ଲାଗି ଗେହଲଟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ । ଆସନ୍ତା 16 ତାରିଖରୁ ରାଜସ୍ଥାନରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମଇଦାନ । ଆଜି (ରବିବାର) ରାଜ୍ୟ କଂଗ୍ରେସ ୱାର ରୁମରେ ଦଳୀୟ ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଦୋତାଶ୍ରା ।

ରବିବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଗୋବିନ୍ଦ କହିଛନ୍ତି, "ଦଳ ପୂ୍ର୍ବାଞ୍ଚଳ ରାଜସ୍ଥାନ କେନାଲ ପ୍ରକଳ୍ପ (ERCP) ଅଗ୍ରାଧିକାର ଦେବ । ଏହା ସହ ବାରାନ ଜିଲ୍ଲାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରି 12 ଜିଲ୍ଲାକୁ କଭର୍‌ କରିବ । ଯେଉଁଠାରେ ଏହି ପ୍ରକଳ୍ପ ଦ୍ବାରା ଅଞ୍ଚଳବାସୀଙ୍କୁ ପାନୀୟ ଜଳ ଓ ଚାଷଜମିରେ ଜଳସେଚନ ଲାଗି ପାଣି ଯୋଗାଇ ଦିଆଯିବ । ଦଳ 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ ଏହି ପ୍ରଚାର ଆରମ୍ଭ କରିବ । ଏହାସହିତ 12ଟି ଜିଲ୍ଲାରେ ଲୋକଙ୍କୁ ନେଇ ଜନସଭାର ମଧ୍ୟ ଆୟୋଜନ କରାଯିବ ।"

ଏହା ବି ପଢନ୍ତୁ- ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ଲକ୍ଷ୍ୟ, ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ

ଝଲାୱର, ବାରନ, କୋଟା, ବୁଣ୍ଡି, ଜୟପୁର, ଦୌସା, କରୌଲି, ଅଲୱାର, ଭରତପୁର, ସୱାଇ ମାଧୋପୁର, ଅଜମେର, ଟଙ୍କ୍‌ ଓ ଢୋଲପୁରରେ ମଧ୍ୟ କଂଗ୍ରେସ ପ୍ରଚାର କରିବ । ସେ ଆହୁରି କହିଛନ୍ତି ଯେ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାର ଜନତାଙ୍କୁ ଦେଇଥିବା 98 ପ୍ରତିଶତ ପ୍ରତିଶୃତି ପୂରଣ କରିଛନ୍ତି । ଆଗାମୀ ନିର୍ବାଚନୀ ଇସ୍ତାହାର 'ଭିଜନ 2023'କୁ ଲକ୍ଷ୍ୟ ରଖାଯାଇ ପ୍ରସ୍ତୁତ କରାଯିବ ।

ଏହା ବି ପଢନ୍ତୁ- ୨୦୨୪ରେ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଅଶୋକ ଗେହଲଟ

ସେପଟେ ରାଜସ୍ଥାନ କଂଗ୍ରେସ ଇନଚାର୍ଜ ଶୁଖୱିନ୍ଦର ସିଂ ରାନ୍ଧୱା କହିଛନ୍ତି, "ଦଳ ରାଜସ୍ଥାନର ପୂର୍ବାଞ୍ଚଳରୁ ପ୍ରଚାର ଆରମ୍ଭ କରିବ । କେନାଲ ନିର୍ମାଣ ନେଇ ରାଜ୍ୟବାସୀଙ୍କୁ ବିଜେପି ମିଥ୍ୟା ପ୍ରତିଶୃତି ଦେଇଛି । ରାଜ୍ୟ ପାଇଁ ଏହା ଦୁର୍ଭାଗ୍ୟ ଯେ ଗଜେନ୍ଦ୍ର ସିଂ ଶେଖାୱତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଥିବା ବେଳେ ମଧ୍ୟ ଏହା ସମ୍ଭବ ହୋଇନାହିଁ । ଗଜେନ୍ଦ୍ର ପୁରା ଦେଶ ସମ୍ପର୍କରେ କହିବା ପୂର୍ବରୁ ପ୍ରଥମେ ନିଜ ରାଜ୍ୟ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details