ଓଡିଶା

odisha

ETV Bharat / bharat

All Party Meeting; ଯୋଗ ଦେବେ କାଶ୍ମୀରର ବିଶିଷ୍ଠ କଂଗ୍ରେସ ନେତା - କାଶ୍ମୀର ବିଶିଷ୍ଠ କଂଗ୍ରେସ ନେତା

ଗତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତା ବସିବ ସର୍ବଦଳୀୟ ବୈଠକ । ଜାମ୍ମୁ କାଶ୍ମୀରର ବିଶିଷ୍ଠ କଂଗ୍ରେସ ନେତା ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଅଧୁକ ପଢନ୍ତୁ...

s
ଯୋଗଦେବେ କାଶ୍ମୀର ବିଶିଷ୍ଠ କଂଗ୍ରେସ ନେତା

By

Published : Jun 23, 2021, 11:53 AM IST

ନୂଆଦିଲ୍ଲୀ:ଗତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତା ବସିବ ସର୍ବଦଳୀୟ ବୈଠକ । 2019 ଅଗଷ୍ଟ 5ରେ ଧାର 370 ଓ 35ଏ ଉଚ୍ଛେଦ ପରେ ଏହା ପ୍ରଥମ ବୈଠକ ବୋଲି କହିଛନ୍ତି କଂଗ୍ରେସ ଦଳ । ସର୍ବଦଳୀୟ ବୈଠକ ପୂର୍ବରୁ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଦଳର ଅଧକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତା ସର୍ବଦଳୀୟ ବୈଠକ ପୂର୍ବରୁ ପ୍ରସ୍ତୁତି ବୈଠକ ବସିଛି । ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ବରିଷ୍ଠ ନେତା କରଣ ସିଂ,ଗୁଲାମ ନବୀ ଆଜାଦ, ପି.ଚିଦାମ୍ବରମ୍ ଏବଂ ଗୁଲାମ ଅହମ୍ମଦ ମୀର ଉପସ୍ଥିତ ଥିଲେ ।

24ରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାରା ଚାନ୍ଦ ଏବଂ ରାଜ୍ୟ କଂଗ୍ରେସ କମିଟି ମୁଖ୍ୟ ଗୁଲାମ ଅହମ୍ମଦ ମୀର ଯୋଗଦେବେ । ଦଳ ବିଶ୍ବାସ କରେ ଯେ ଆଲୋଚନା ଦ୍ବାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ କମିଟି ମୁଖ୍ୟ ଗୁଲାମ ଅହମ୍ମଦ ମୀର ।

କଂଗ୍ରେସ ଦଳ ସ୍ପଷ୍ଟ ଭାବେ କହିଛି ଯେ ସର୍ବଦଳୀୟ ବୈଠକ ଜାମ୍ମୁ କାଶ୍ମୀର ପାଇଁ ପୂର୍ଣ୍ଣ ରାଷ୍ଟ୍ରର ପୁନରୁଦ୍ଧାର ଦାବିରେ ରହିବ, ଯାହା ଅଗଷ୍ଟ 6, 2019ରେ କଂଗ୍ରେସ କାର୍ଯ୍ୟ କମିଟିର ସଂକଳ୍ପରେ ଉଲ୍ଲେଖ କରାଯାଇଛି । ରବିବାର ଦିନ କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅଗଷ୍ଟ 6, 2019ରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଦ୍ବାରା ପାରିତ ହୋଇଥିବା ସଂକଳ୍ପ ଯେଉଁଥିରେ ଜାମ୍ମୁ ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ରାଜ୍ୟର ପୁନରୁଦ୍ଧାର ପାଇଁ ଭାରତୀୟ ଜାତୀୟ କଂଗ୍ରେସ ସ୍ପଷ୍ଟ ଦାବି କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details