ଓଡିଶା

odisha

By

Published : Mar 10, 2022, 12:51 PM IST

ETV Bharat / bharat

Elections Results 2022: 5 ରାଜ୍ୟରେ କଂଗ୍ରେସ ପଛରେ, ଆନ୍ଦୋଳନକୁ ଓହ୍ଲାଇଲା ଦଳ

ଆଜି 5ଟି ରାଜ୍ୟରେ ବିଧାନସଭା ଆସନକୁ ନେଇ ଜାରି ରହିଛି ଭୋଟ ଗଣତି । କଂଗ୍ରେସ ଏହି ସବୁ ରାଜ୍ୟରେ କମ ଭୋଟ ପାଇ ପଛରେ ଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଛି । ଅଧିକ ପଢନ୍ତୁ

Elections Results 2022: 5 ରାଜ୍ୟରେ କଂଗ୍ରେସ ପଛରେ, ଆନ୍ଦୋଳନକୁ ଓହ୍ଲାଇଲା ଦଳ
Elections Results 2022: 5 ରାଜ୍ୟରେ କଂଗ୍ରେସ ପଛରେ, ଆନ୍ଦୋଳନକୁ ଓହ୍ଲାଇଲା ଦଳ

ନୂଆଦିଲ୍ଲୀ:ଆଜି 5ଟି ରାଜ୍ୟରେ ବିଧାନସଭା ଆସନକୁ ନେଇ ଜାରି ରହିଛି ଭୋଟ ଗଣତି । କିନ୍ତୁ ଏହି ସବୁ ରାଜ୍ୟରେ କଂଗ୍ରେସ ପଛରେ ପଡିଯାଇଥିବା ବେଳେ ବିଜେପି ୪ଟି ରାଜ୍ୟରେ ଆଗରେ ଓ ଆପ ପଞ୍ଜାବରେ ଆଗରେ ରହିଛି । ଏହାକୁ ବିରୋଧ କରି ଆଜି ଦିଲ୍ଲୀରେ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ । ଇଭିଏମ ଓ ଟ୍ୟାମ୍ପରିଂ ମେସିନରେ ତୃଟି ଥିବା ଅଭିଯୋଗ କରି ଦିଲ୍ଲୀରେ ଆନ୍ଦୋଳନ କରିଛି କଂଗ୍ରେସ ଦଳ ।

କଂଗ୍ରେସ ନେତା ସତେଜ ପାଟିଲ କହିଛନ୍ତି ଯେ ପଞ୍ଜାବରେ ଦଳ ସରକାର ଗଠନ କରିବ ବୋଲି ଆଶା କରାଯାଉଛି। କିନ୍ତୁ ଆମେ ଆବଶ୍ୟକ ସଂଖ୍ୟା ପାଇଲୁ ନାହିଁ । ତେଣୁ ଆମକୁ ଏହା ବିଷୟରେ ଅନୁଧ୍ୟାନ କରିବାକୁ ପଡିବ । ଗୋଆରେ, କଂଗ୍ରେସ 16-17 ଟି ଆସନରେ ଆଗୁଆ ରହିଛି, ସଂଖ୍ୟା ଯଥେଷ୍ଟ ନହେଲେ ଆମେ ସମର୍ଥନ ଲୋଡିବୁ ବୋଲି କଂଗ୍ରେସ ନେତା ସତେଜ ପାଟିଲ ସୂଚନା ଦେଇଛନ୍ତି ।

ଭୋଟ ଗଣନା ଆରମ୍ଭରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଅଗ୍ରଣୀ ଥିବାବେଳେ ମଣିପୁର, ଗୋଆ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛି।

@ANI

ABOUT THE AUTHOR

...view details