ଓଡିଶା

odisha

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୋନିଆ, କହିଲେ ଚୁପ କରିଦେବା ସମାଧାନ ବାଟ ନୁହେଁ

By

Published : Apr 11, 2023, 2:05 PM IST

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେ ନେତ୍ରୀ ସୋନିଆ ଗାନ୍ଧୀ । ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ । ଅଧିକ ପଢନ୍ତୁ

sonia gandhi targets modi govt
କେନ୍ଦ୍ର ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ

ନୂଆଦିଲ୍ଲୀ:କର୍ଣ୍ଣାଟକ ବିଧାନସଭା ନିର୍ବାଚନ, 2024 ନିର୍ବାଚନ ପାଇଁ ସରଗରମ ରାଜନୀତି । ଗ୍ରୀଷ୍ମ ତାତିଠୁ ନିର୍ବାଚନୀ ତାତି ବଳେଇ ଗଳାଣି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ପ୍ରଥମ ଥର ପାଇଁ ମୁହିଁ ଖୋଲିଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୋନିଆ । ଚୁପ କରି ଦିଆଗେଲ ରହିଲେ ଦେଶର ସମସ୍ୟା ସମାଧାନ ହେବ ନାହିଁ । ମୋଦି ସରକାର ସମସ୍ତ କେନ୍ଦ୍ରୀୟ ଏଜେନ୍ସିଂର ଦୂରୁପଯୋଗ କରୁଛନ୍ତି । ମୋଦି ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ସୋନିଆ ଗାନ୍ଧୀ ।

କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ସୋନିଆ ଗାନ୍ଧୀ କହିଛନ୍ତି, "ମୋଦି ସରକାର କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରୁଛନ୍ତି । ସଂସଦରେ ବିପକ୍ଷଙ୍କ ସ୍ବର ଦବା ଯାଉଛି, ମିଡିଆ ଉପରେ ଚାପ ପକାଯାଉଛି, ନ୍ୟାୟପାଳିକାର ବିଶ୍ବସନୀୟତାକୁ ଦୁର୍ବଳ କରିବାକୁ ପ୍ରୟାସ କରାଯାଉଛି । ଜବରଦସ୍ତ ଚୁପ କରି ଦିଆଗଲେ ଦେଶ ସମସ୍ୟାର ସମାଧାନ ହେବ ନାହିଁ । ଦେଶବାସୀ ଏହା ଶିଖି ସାରିଛନ୍ତି ଯେବେ ସ୍ଥିତିକୁ ବୁଝିବାକୁ ସମୟ ଆସିଥାଏ ସେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପ ସେମାନଙ୍କ ଶଦ୍ଦଠୁ ଅଧିକ କହିଥାଏ ।"

ସୋନିଆ ଗାନ୍ଧୀ ଆହୁରି କହିଛନ୍ତି, "ଆଗମୀ ମାସରେ କିଛି ପ୍ରମୁଖ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଭାରତ ଲୋକତନ୍ତ୍ରର ଏକ ମହତ୍ତ୍ବପୂର୍ଣ୍ଣ ପରୀକ୍ଷା । ଦେଶ ଦୋଛକିରେ ଛିଡା ହୋଇଛି । ମୋଦି ସରକାର ସମସ୍ତ ଶକ୍ତିର ଦୂରୁପଯୋଗ କରୁଛନ୍ତି । ଭାରତ ଯୋଡ ଯାତ୍ରା ପରି କଂଗ୍ରେସ ତାର ସନ୍ଦେଶ ନେଇ ସିଧା ଲୋକଙ୍କ ପାଖରେ ପହଞ୍ଚିବାକୁ ସମସ୍ତ ପ୍ରୟାସ କରିବ । ଭାରତର ସମ୍ବିଧାନ ଏବଂ ତାର ଆଦର୍ଶର ରକ୍ଷା ପାଇଁ ସମାନ ବିଚାରଧାରା ରଖୁଥିବା ଦଳ ସହ ହାତ ମିଶାଇବ । ଲୋକଙ୍କ ଅଧିକାର ପାଇଁ କଂଗ୍ରେସ ଲଢେଇ କରିବ ।

ଏହା ବି ପଢନ୍ତୁ...Rajasthan politics: ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ

ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଚାଷୀ ପ୍ରସଙ୍ଗରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧୀ । ଚୁପ୍‌ ରହିଲେ ଭାରତ ସମସ୍ୟାର ସମାଧାନ ହେବ ନାହିଁ । ଲକ୍ଷଲକ୍ଷ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ସରକାର ଚୁପ୍‌ ରହିଛି । ଅର୍ଥମନ୍ତ୍ରୀ ବଜେଟ ଭାଷଣରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା କରି ନାହାନ୍ତି । 2022 ଯାଏଁ କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଦେଇଥିବା ପ୍ରତିଶ୍ରୁତିରେ ବିଫଳ ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି ।

ପ୍ରକାଶଥାଉ କି, ସଦସ୍ୟତା ରଦ୍ଦ ପରେ ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି ରାହୁଲ ଗାନ୍ଧୀ । ୱାଇନାଡ ନିର୍ବାଚନ ମଣ୍ଡଳୀରେ ଏକ ଜନସଭାକୁ ସମ୍ଭୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ABOUT THE AUTHOR

...view details