ଓଡିଶା

odisha

ETV Bharat / bharat

Neemuch Mob lynching: ବୃଦ୍ଧଙ୍କ ହତ୍ୟା ଘଟଣାରେ ବିଜେପି ନେତା ସାମିଲ ! ତେଜିଲା ରାଜନୀତି - ନିମୁଚ ହତ୍ୟା ଘଟଣାକୁ ନେଇ ତେଜିଲା ରାଜନୀତି

ମଧ୍ୟପ୍ରଦେଶ ନିମୁଚ ସହରରେ ବୃଦ୍ଧ ମୁସଲିମ ଧର୍ମାବଲମ୍ବୀ ସନ୍ଦେହରେ ପିଟି ପିଟି ହତ୍ୟା । ଘଟଣାରେ ବିଜେପି ନେତା ସାମିଲ ଥିବା ବେଳେ ଏହାକୁ ନେଇ ତେଜିଲା ରାଜନୀତି । ରାଜ୍ୟ କଂଗ୍ରେସ ବିଜେପି ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Neemuch mob lynching: ବୃଦ୍ଧଙ୍କ ହତ୍ୟା ଘଟଣାରେ ବିଜେପି ନେତା ସାମିଲ, ତେଜିଲା ରାଜନୀତି
Neemuch mob lynching: ବୃଦ୍ଧଙ୍କ ହତ୍ୟା ଘଟଣାରେ ବିଜେପି ନେତା ସାମିଲ, ତେଜିଲା ରାଜନୀତି

By

Published : May 21, 2022, 5:31 PM IST

ଭୋପାଳ: ମଧ୍ୟପ୍ରଦେଶ ନିମୁଚ ସହରରେ ମାନସିକ ବିକୃତ ବ୍ୟକ୍ତିଙ୍କ ହତ୍ୟା ଘଟଣା । ସାମନାକୁ ଆସିଲା ଅଭିଯୁକ୍ତଙ୍କ ମୃତ୍ୟୁ ପୂର୍ବର ଭିଡ଼ିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ପୀଡିତଙ୍କୁ ଲଗାତାର ଭାବେ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ବିଜେପି ନେତା ବୋଲି ଅଭିଯୋଗ କରିଛି କଂଗ୍ରେସ । ଭିଡ଼ିଓ ଆଧାରରେ ପୋଲିସ ଅଭିଯୁକ୍ତ ତଥା ପୂର୍ବ ବିଜେପି କାଉନସିଲରଙ୍କ ସ୍ବାମୀ ଦିନେଶ କୁଶବାହଙ୍କ ବିରୋଧରେ ଆଇପିସି ଧାରା ୩୦୪/୨ ଓ ୩୦୨ ଆଧାରରେ ମାମଲା ରୁଜୁ କରିଛି । ପୀଡ଼ିତଙ୍କୁ ମୁସଲିମ ଧର୍ମାବଲମ୍ବୀ ସନ୍ଦେହରେ ପିଟି ପିଟି ହତ୍ୟା କରାଯାଇଥିଲା ।

Neemuch mob lynching: ବୃଦ୍ଧଙ୍କ ହତ୍ୟା ଘଟଣାରେ ବିଜେପି ନେତା ସାମିଲ, ତେଜିଲା ରାଜନୀତି

ମୃତକ ଜଣକ ରତଲାମ ଜିଲ୍ଲା ସର୍ସି ଗ୍ରାମର ଭୱାରଲାଲ ଜୈନ । ସେ ରାଜସ୍ଥାନ ଚିତ୍ତୋରଗଡ଼କୁ ଧାର୍ମିକ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ଗତ ମେ ୧୫ ତାରିଖରେ ନିଖୋଜ ହୋଇଯାଇଥିଲେ । ଏହାପରେ ଗତ ଶୁକ୍ରବାର ତାଙ୍କ ମୃତଦେହ ମାନସା ପୋଲିସ ଷ୍ଟେସନ ଅଧୀନ ରାମପୁର ରୋଡ଼ ନିକଟରେ ମିଳିଥିଲା । ପରିବାର ଅନ୍ତିମ ସଂସ୍କାର ଶେଷ କରି ଆସିବା ପରେ ପୀଡ଼ିତଙ୍କ ମୃତ୍ୟୁ ପୂର୍ବର ଭିଡ଼ିଓ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଭିଡ଼ିଓରେ ଅଭିଯୁକ୍ତ ଭୱାରଲାଲଙ୍କୁ ତାଙ୍କ ନାଁ ମହମ୍ମଦ ବୋଲି ପଚାରି ଲଗାତାର ଭାବେ ଚାପୁଡା ମାରୁଥିଲେ ଏବଂ ଆଧାର କାର୍ଡ ଦେଖାଇବା ପାଇଁ କହୁଥିଲେ ।

ପୋଲିସ ହାତରେ ଏହି ଭିଡ଼ିଓ ଲାଗିବା ପରେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି । ଭିଡ଼ିଓ ସାମନାକୁ ଆସିବା ପରେ କଂଗ୍ରେସ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ଟ୍ବିଟ କରି ଅଭିଯୁକ୍ତ ତଥା ବିଜେପି ନେତା କୁଶବାହଙ୍କ ଗିରଫ ଦାବି କରିଛନ୍ତି । ତେବେ ସେ କେବେ ଗିରଫ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ସେ ଟ୍ବିଟ କରି କହିଛନ୍ତି । ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟ କରି ପ୍ରଶ୍ନ କରିଛନ୍ତି ଯେ, "ମଧ୍ୟପ୍ରଦେଶରେ କଣ ଚାଲିଛି ?"

ଏହି ଘଟଣାରେ ପ୍ରକୃତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଜେପି । ଏ ନେଇ ରାଜ୍ୟ ବିଜେପି ସଚିବ ରଜନିଶ ଅଗ୍ରୱାଲ କହିଛନ୍ତି ଯେ. " ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଦୋଷୀ ଜଣେ ଦୋଷୀ । ଦଳ ସହିତ ତା'ର କୌଣସି ସମ୍ପର୍କ ନାହିଁ । ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କୁ କ୍ଷମା ଦିଆଯିବ ନାହିଁ । ଆମ ଦଳ ସରକାରଙ୍କ ଶାସନ ଉପରେ ବିଶ୍ବାସ ରଖେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details