ଓଡିଶା

odisha

By

Published : Aug 5, 2022, 8:25 PM IST

ETV Bharat / bharat

ଆଜିର ଦିନରେ ରାମ ମନ୍ଦିର ନିର୍ମାଣ ଶିଳାନ୍ୟାସ ହୋଇଥିଲା, ସେଥିପାଇଁ ବିରୋଧ: ଶାହା

କଂଗ୍ରେସ(Congress ) ର ପ୍ରଦର୍ଶନ ଓ ରାଜରାସ୍ତାରେ ହଙ୍ଗାମା ନେଇ କଂଗ୍ରେସକୁ କଡା ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା(Home Minister Amit Shah) । ଗୃହମନ୍ତ୍ରୀ ଶାହା କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି କାହାକୁ ଆଜି ଜେରା କରିନାହିଁ । ଅଧିକ ପଢନ୍ତୁ

ଶାହା
ଶାହା

ନୂଆଦିଲ୍ଲୀ: କଂଗ୍ରେସ(Congress ) ର ପ୍ରଦର୍ଶନ ଓ ରାଜରାସ୍ତାରେ ହଙ୍ଗାମା ନେଇ କଂଗ୍ରେସକୁ କଡା ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା(Home Minister Amit Shah) । ଗୃହମନ୍ତ୍ରୀ ଶାହା କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି କାହାକୁ ଆଜି ଜେରା କରିନାହିଁ । କୋଉଠି ରେଡ କରିନାହିଁ । ତାହା ହେଲେ କଂଗ୍ରେସ କାହିଁକି କଳା କପଡା ପିନ୍ଧି ପ୍ରଦର୍ଶନ କଲା? କଂଗ୍ରେସ ଉଦ୍ଦେଶ୍ୟରେ ଶାହା କହିଛନ୍ତି ଏକ ଦାୟିତ୍ବବାନ ଦଳ ହିସାବରେ କଂଗ୍ରେସକୁ ଆଇନର ସମ୍ମାନ ସହ ସହଯୋଗ କରିବାର ଆବଶ୍ୟକତା ଅଛି ।

ଆଜିର ଦିନରେ ରାମ ମନ୍ଦିର ନିର୍ମାଣ ଶିଳାନ୍ୟାସ ହୋଇଥିଲା, ସେଥିପାଇଁ ବିରୋଧ: ଶାହା

‘କଂଗ୍ରେସ କେବଳ ତୁଷ୍ଟିକରଣ ରାଜନୀତି କରୁଛି ବୋଲି ଅମିତ ଶାହା କହିଛନ୍ତି’ ଆଜି ତଥା 5 ଅଗଷ୍ଟରେ ଯେଉଁ ଦିନ ପବିତ୍ର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହୋଇଥିଲା ସେହି ଦିନ କଂଗ୍ରେସ କଳା କପଡା ପିନ୍ଧି ପ୍ରଦର୍ଶନ କରୁଛି । ଯାହାକୁ ବିଜେପି ରାମ ମନ୍ଦିର ନିର୍ମାଣ ଭୂମି ପୂଜନ ସହ ଯୋଡି ଆକ୍ରମଣ କରିଛି ।

ଗୃହମନ୍ତ୍ରୀ ପ୍ରଶ୍ନ କରି କହିଛନ୍ତି କଂଗ୍ରେସ ଗତ 2 ବର୍ଷ ହେଲା ରାମ ମନ୍ଦିର ନିର୍ମାଣକୁ ବିରୋଧ କରି କେଉଁ ବାର୍ତ୍ତା ଦେବାକୁ ଚାହୁଁଛି? ‘‘ଗୃହମନ୍ତ୍ରୀ ଶାହା କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି କାହାକୁ ଆଜି ଜେରା କରିନାହିଁ । କୋଉଠି ରେଡ କରିନାହିଁ । ତାହା ହେଲେ କଂଗ୍ରେସ କାହିଁକି କଳା କପଡା ପିନ୍ଧି ପ୍ରଦର୍ଶନ କଲା? କଂଗ୍ରେସ ଉଦ୍ଦେଶ୍ୟରେ ଶାହା କହିଛନ୍ତି ଏକ ଦାୟିତ୍ବବାନ ଦଳ ହିସାବରେ କଂଗ୍ରେସକୁ ଆଇନର ସମ୍ମାନ ସହ ସହଯୋଗ କରିବାର ଆବଶ୍ୟକତା ଅଛି ’’

ସୂଚନାଯୋଗ୍ୟଯେ କଂଗ୍ରେସ ଦଳ ଆଜି କଳା କପଡା ପିନ୍ଧି କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଏଜେନ୍ସୀର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଙ୍ଗାମା କରିଥିଲେ । ଯେଉଁଥିରେ ଖୋଦ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସମେତ କଂଗ୍ରେସର ସମସ୍ତ ବଡ ବଡ ନେତା ସାମିଲ ହୋଇଥିଲେ । ଯଦିଓ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ଏହି ହଲ୍ଲାବୋଲ କରୁଥିବା ଦଳ ପକ୍ଷରୁ କୁହାଯାଇଥିଲା, କିନ୍ତୁ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରଦର୍ଶନ କରିଥିବା ସ୍ପଷ୍ଟ ହୋଇଥିଲା ।

ABOUT THE AUTHOR

...view details