ଓଡିଶା

odisha

ETV Bharat / bharat

ଝଟକା ଦେଲା ପଞ୍ଜାବ କଂଗ୍ରେସ ଝଡ, ହରିଶଙ୍କୁ ହଟାଇଲେ ହାଇକମାଣ୍ଡ - Punjab in-charge

ପଞ୍ଜାବ କଂଗ୍ରେସର ପ୍ରଭାରୀ ପଦରୁ ହଟିଛନ୍ତି ହରିଶ ରାୱତ । ତେବେ ହରିଶ ରାୱତଙ୍କ ସ୍ଥାନରେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡ କଂଗ୍ରେସର ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

ଝଟକା ଦେଲା ପଞ୍ଜାବ କଂଗ୍ରେସର ଝଡ, ହରିଶଙ୍କୁ ହଟାଇଲେ ହାଇକମାଣ୍ଡ
ଝଟକା ଦେଲା ପଞ୍ଜାବ କଂଗ୍ରେସର ଝଡ, ହରିଶଙ୍କୁ ହଟାଇଲେ ହାଇକମାଣ୍ଡ

By

Published : Oct 22, 2021, 4:39 PM IST

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସରେ ଝଡ ମଧ୍ୟରେ ଦଳରେ ବିପର୍ଯ୍ୟୟର ମୁକାବିଲା କରିବାକୁ ପ୍ରଭାରୀ ପରିବର୍ତ୍ତନ କରିଛି କଂଗ୍ରେସ । ପଞ୍ଜାବ କଂଗ୍ରେସର ପ୍ରଭାରୀ ପଦରୁ ହଟିଛନ୍ତି ହରିଶ ରାୱତ । ତେବେ ହରିଶ ରାୱତଙ୍କ ସ୍ଥାନରେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡର ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି ।

ରାୱତଙ୍କୁ AICC ମହାସଚିବ ଓ ପ୍ରଭାରୀ ପଦରୁ ଅବ୍ୟାହତି ଦିଆଯାଇଛି । ହେଲେ ସେ ବର୍ତ୍ତମାନ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ରହିବେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ କଂଗ୍ରେସର ପ୍ରଭାରୀ ନିଯୁକ୍ତ କରିଥିବା ସୂଚନା ଦେଇଛନ୍ତି ଦଳର ସାଙ୍ଗଠନିକ ମହାସଚିବ କେସି ଭେନୁଗୋପାଲ ।

ନିକଟରେ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ଝଡ ଥମିବାକୁ ନାଁ ନେଉନାହିଁ । ଏହି ଝଡର ମୁକାବିଲା କରିବାରେ କେଉଁଠି ନା କେଉଁଠି ଅସଫଳ ହୋଇଛନ୍ତି ହରିଶ ରାୱତ । ପ୍ରଥମେ ନବଜୋତ ସିଂହ ସିନ୍ଧୁ ଓ କ୍ୟାପ୍ଟେନଙ୍କ ମଧ୍ୟରେ ବିବାଦ । ପରେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନଙ୍କ ଇସ୍ତଫା । ସେପଟେ ପିସିସି ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା କଂଗ୍ରେସ ହାଇକମାଣ୍ଡଙ୍କ ଚିନ୍ତା ବଢାଇଦେଇଛି ।

ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାରୁ ଦଳ ସାଙ୍ଗଠନିକ ବିବାଦର ପ୍ରଥମେ ସମାଧାନ କରିବାକୁ ପ୍ରୟାସ କରୁଛି । ଏନେଇ ହରିଶ ରାୱତଙ୍କୁ ପଞ୍ଜାବ କଂଗ୍ରେସ ପଦରୁ ହଟାଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details