ଓଡିଶା

odisha

ETV Bharat / bharat

MP Assembly Poll: ଇସ୍ତାହାରରେ ହାତ ଦେଲା ଏହି ପ୍ରତିଶ୍ରୁତି, ମିଛ ଚିଠି କହିଲେ ଶିବରାଜ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ପାର୍ଥୀ ତାଲିକା ଜାରି କରିବା ପରେ ଏବେ ନିର୍ବାଚନୀ ଇସ୍ତାହାର ଜାରି କରିଛି ଦଳ । ଅଧିକ ପଢନ୍ତୁ

Madhya Pradesh Assembly Poll
Madhya Pradesh Assembly Poll

By ETV Bharat Odisha Team

Published : Oct 17, 2023, 3:07 PM IST

ଭୋପାଳ:ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖଉଛି । ଏନେଇ କଂଗ୍ରେସ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ପ୍ରାର୍ଥୀ ତାଲିକା ଜାରି ପରେ ନିର୍ବାଚନୀ ମୁହାଁ ମଧ୍ୟପ୍ରଦେଶ ପାଇଁ ପ୍ରତିଶ୍ରୁତି ପେଡି ଖୋଲିଛି କଂଗ୍ରେସ । ନିର୍ବାଚନୀ ନାମ 'ବଚନ ପତ୍ର' ନାମ ରଖିଛି କଂଗ୍ରେସ । ଧାନ କ୍ବିଣ୍ଟାଲ ପିଛା 2500 ଟଙ୍କାରେ କିଣିବାଠୁ ନେଇ ଗହମ କ୍ବିଣ୍ଟାଲ ପିଛା 2600ଟଙ୍କାରେ କିଣିବ ବୋଲି ପ୍ରତିଶ୍ରୁତି ଦେଇଛି । ଜାଣନ୍ତୁ ବଚନ ପତ୍ରରେ ଆଉ କଣ କଣ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

କଂଗ୍ରେସର ପ୍ରତିଶ୍ରୁତି:

ବଚନ ପତ୍ରରେ 1290 ପ୍ରତିଶ୍ରୁତି ରହିଛି ।

ଧାନ କ୍ବିଣ୍ଟାଲ ପିଛା 2500 ଟଙ୍କା ଓ ଗହମ କ୍ବିଣ୍ଟାଲ ପିଛା 2600 ଟଙ୍କାରେ କିଣିବ

100 ଗୋଶାଳ ପୁନଃ ଆରମ୍ଭ ହେବ ।

ଗୋବର ଗ୍ୟାସ ଅନୁଦାନ ବଢିବ ।

ସରକାରୀ ଚାକିରିରେ ମହିଳାଙ୍କୁ 50 ପ୍ରତିଶତ ସଂରକ୍ଷଣ ।

2 ଲକ୍ଷ ସରକାରୀ ପଦବୀ ପୂରଣ ହେବ ।

ସରକରୀ ନିଯୁକ୍ତି ନେଇ ଆଇନ ଆସିବ ।

25 ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ବିମା ଏବଂ 10 ଲକ୍ଷ ଦୁର୍ଘଟଣା ଜନିତ ବୀମା ।

ନିର୍ବାଚନୀ ଇସ୍ତାହାର ଜାରି କାର୍ଯ୍ୟକ୍ରମରେ ମଧ୍ୟପ୍ରେଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ତଥା ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି,'' ଏବେ ଯାଏଁ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଷୟରେ ସମସ୍ତ ଅବଗତ ମୁଁ ଏହାକୁ ରିପିଟ କରିବାକୁ ଚାହୁଁନାହିଁ । ଦଳ ଦେଇଥିବା ବଚନକୁ ପୂରଣ କରିବାକୁ ଦଳ ସଂକଳ୍ପବଦ୍ଧ । କିଷାନଙ୍କ ପାଇଁ ରାଜ୍ୟରେ ଅର୍ଥ ବ୍ୟବସ୍ଥା ଆଧାରିତ । କୃଷି ଅର୍ଥବ୍ୟବସ୍ଥାର ମୂଳ । ମଧ୍ୟପ୍ରଦେଶ କିଷାନଙ୍କ ପ୍ରଦେଶ ତେଣୁ ତାଙ୍କୁ ଫସଲରୁ ଉଚିତ ଦାମ ମିଳୁ । ତାଙ୍କ ପରିବାର ଚଳୁ । ତେଣୁ କଂଗ୍ରେସ ସରକାର ଧାନ କ୍ବିଣ୍ଟାଲ ପିଛା 2500 ଟଙ୍କାରେ କିଣିବାଠୁ ନେଇ ଗହମ କ୍ବିଣ୍ଟାଲ ପିଛା 2600 ଟଙ୍କାରେ କିଣିବ । ମୋର ମିଶନ ଚାଷୀଙ୍କୁ ପ୍ରତି କ୍ବିଣ୍ଟାଲ 3 ହଜାର ଟଙ୍କା ଦିଆଯିବ ।''

ଏହା ବି ପଢନ୍ତୁ...Assembly Poll: ତିନି ରାଜ୍ୟରେ ପ୍ରାର୍ଥୀ ଦେଲା କଂଗ୍ରେସ, ପାଟନାରୁ ଲଢିବେ ଭୂପେଶ-ଚିଣ୍ଡୱାରାରୁ କମଲ ନାଥ

ଏହା ବି ପଢନ୍ତୁ...ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ଶିବରାଜଙ୍କ ସମାଲୋଚନା:ମଧ୍ୟପ୍ରଦେଶବାସୀଙ୍କ ପାଇଁ କଂଗ୍ରେସ ନିର୍ବାଚନ ଇସ୍ତାହାର ଜାରି ପରେ ଏହାକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ସେ କହିଛନ୍ତି ଏହା କଂଗ୍ରେସର ଇସ୍ତାହାର ନୁହେଁ ଏହା ମିଛ ଚିଠି । 5 ବର୍ଷ ପୂର୍ବେ ବି ଦଳ ଜନତାଙ୍କୁ 900 ପ୍ରତିଶ୍ରୁତି ଦେଇଥିଲା ସେଥିରୁ 9ଟି ପୂରଣ କରିନାହିଁ । ଆଜି ଲୋକ ଆଶାରେ ରହିଛନ୍ତି ଏବେ ପୁଣି ମହା ମିଛ ପତ୍ର ପ୍ରସ୍ତୁତ କରିଛି । ଲୋକ ମିଛୁଆଙ୍କୁ କେବେ ବିଶ୍ବାସ କରିବେ ନାହିଁ ଲୋକ ଜାଣିଛନ୍ତି ଭାରତୀୟ ଜନତା ପାର୍ଟି ଯାହା କୁହେ ତାହା କରି ଦେଖାଏ । କଂଗ୍ରେସ ସତ୍ୟତା ଜନତା ଜାଣିଛନ୍ତି ଭ୍ରମିତ ହେବେ ନାହିଁ ।''

ପ୍ରକାଶ ଥାଉ କି, ଆସନ୍ତା ନଭେମ୍ବର 7 ତାରିଖରୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 17ରେ 230 ଆସନରେ ମଧ୍ୟପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶରେ 2.88କୋଟି ପୁରୁଷ ଓ 2.72 କୋଟି ମହିଳା ଭୋଟର ଥିବାବେଳେ 22.36 ପ୍ରଥମ କରି ଭୋଟ ଦେବେ । ଗତ 15 ତାରିଖରେ ମଧ୍ୟପ୍ରଦେଶର 144 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା କଂଗ୍ରେସ । ରାଜ୍ୟ ପିସିସି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଚିଣ୍ଡୱାରା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ଡିସେମ୍ବର 3 ତାରିଖରେ ମଧ୍ୟପ୍ରଦେଶ ସମେତ 5ଟି ରାଜ୍ୟରେ ଭୋଟ ଗଣତି ହେବ ।

ABOUT THE AUTHOR

...view details