ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି କଂଗ୍ରେସ । ଏଥିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସଚିନ ପାଇଲଟ, ନବଜୋତ ସିଂହ ସିଦ୍ଧୁ, ଅଭିଜୀତ ମୁଖାର୍ଜୀ, ଅଶୋକ ଗେହଲଟ, କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ଭୁପେଶ ବାଘେଲ ଭଳି ବଡ ବଡ ନେତାଙ୍କ ନାଁ ସାମିଲ ରହିଛି । ଏବେ ଯାଏଁ ପଶ୍ଚିମବଙ୍ଗରେ କୌଣସି ଜାତୀୟ ନେତା ପ୍ରଚାର ଆରମ୍ଭ କରିନାହାନ୍ତି ।
ବଙ୍ଗ ନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ଲିଷ୍ଟ ଜାରି, ଆଜାଦଙ୍କ ସମେତ ଅସନ୍ତୁଷ୍ଟ ନେତାଙ୍କୁ ବାଦ - ବଙ୍ଗ ନିର୍ବାଚନ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି କଂଗ୍ରେସ । ଷ୍ଟାର ପ୍ରଚାରକ ସୂଚୀରେ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ମନିଷ ତିୱାରୀ, କପିଲ ସିବଲଙ୍କ ଭଳି ଅସନ୍ତୁଷ୍ଟ ନେତାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇନାହିଁ । ଅଧିକ ପଢନ୍ତୁ...
ଏପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଷ୍ଟାର ପ୍ରଚାରକ ସୂଚୀରେ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ମନିଷ ତିୱାରୀ, କପିଲ ସିବଲଙ୍କ ଭଳି ଅସନ୍ତୁଷ୍ଟ ନେତାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇନାହିଁ ।
ପଶ୍ଚିମବଙ୍ଗରେ ଏଥର ବାମଦଳ ଓ କଂଗ୍ରେସ ମଧ୍ୟରେ ହୋଇଛି ମେଣ୍ଟ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେଟା ମାସ ବାକି ରହିଛି । ଏହାରି ମଧ୍ୟରେ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ମମତାଙ୍କ ଗଡରେ ଗୈରୀକ ଧ୍ବଜା ଉଡାଇବାକୁ ଏପଟେ ବିଜେପି ସମସ୍ତ ଶକ୍ତି ଲଗାଇଥିବା ବେଳେ ସେପଟେ ଟିଏମସି ପାଦତଳୁ ମାଟି ଖସିବାରେ ଲାଗିଛି । ଏସବୁ ମଧ୍ୟରେ ନିଜର ଡଙ୍ଗା ବୁଡିଯାଉଥିବା ଦେଖି ନିର୍ବାଚନରେ ବାମଦଳର ସାହାରା ନେଇଛି କଂଗ୍ରେସ ।