ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, କଂଗ୍ରେସ କହିଲା ଆଚରଣ ବିଧିର ଉଲଙ୍ଘନ - ପ୍ରଧାନମନ୍ତ୍ରୀଙ୍କ ଇଣ୍ଟରଭ୍ୟୁ ବିବାଦ

ଉତ୍ତର ପ୍ରଦେଶ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ସାକ୍ଷାତକାର ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । କହିଲା ସାକ୍ଷାତକାର ଆଳରେ ରାଜନୈତିକ କଥା କହିଛନ୍ତି ମୋଦି । ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ । ସମାନ ଘଟଣା ପାଇଁ ୨୦୧୭ ରେ ରାହୁଲଙ୍କୁ ହୋଇଥିଲା ନୋଟିସ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, କଂଗ୍ରେସ କହିଲା ଆଚରଣ ବିଧିର ଉଲଙ୍ଘନ
ଉତ୍ତର ପ୍ରଦେଶ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, କଂଗ୍ରେସ କହିଲା ଆଚରଣ ବିଧିର ଉଲଙ୍ଘନ

By

Published : Feb 12, 2022, 7:48 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଖବର ସରବରାହ ସଂସ୍ଥା ANI କୁ ସାକ୍ଷାତକାର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଉକ୍ତ ସାକ୍ଷାତକାରକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଫେବୃଆରୀ 10ରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ବାଚନ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲଙ୍ଘନ ବୋଲି କହିଛନ୍ତି ରାଜ୍ୟସଭା ସଦସ୍ୟ ତଥା କଂଗ୍ରେସ ମୁଖପାତ୍ର ଶକ୍ତିସିନ୍ ଗୋହିଲ ।

ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା ବେଳେ ଗୋହିଲ କହିଛନ୍ତି, 2017 ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ବେଳେ ଏହାକୁ ଆଚରଣ ବିଧିର ଉଲଂଙ୍ଘନ ବୋଲି ବିଚାର କରି ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟିଂର ମାତ୍ର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ସମୟ ଧରି ସାକ୍ଷାତକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ଗୋହିଲ କହିଛନ୍ତି, ଏହି ଘଟଣା ପାଇଁ ସେ ସାମ୍ବିଧାନିକ ଅନୁଷ୍ଠାନକୁ ଆକ୍ଷେପ କରିବାକୁ ଚାହୁୁଁନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ସମୟ ସାକ୍ଷାତକାର ପରି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋହିଲ କହିଛନ୍ତି ନିର୍ବାଚନ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ଅନୁଷ୍ଠାନ, କିନ୍ତୁ ସରକାର ଓ ବିରୋଧୀଙ୍କ ପାଇଁ ଦୁଇଟି ଭିନ୍ନ ନିଷ୍ପତ୍ତି ଗ୍ରହଣ କରିବା ଆମର ବ୍ୟବସ୍ଥା ଓ ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀ ଆଦିତ୍ୟନାଥଙ୍କ ସଫଳତା ତାଲିକାଭୁକ୍ତ କରିଥିଲେ, ଯାହା ପରୋକ୍ଷ ପ୍ରଚାର ସଦୃଶ୍ୟ । ସେହିପରି ସଂସଦରେ ଅଭିଭାଷଣ ଦେବା ସମୟରେ ସରକାରଙ୍କ ଉପରେ ହୋଇଥିବା ଅଭିଯୋଗକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ଘୋର ରାଜନୈତିକ ଆକ୍ରମଣ କରିଥିଲେ । ତେବେ ଉଭୟ ଗଣମାଧ୍ୟମରେ ସାକ୍ଷାତକାର ଓ ସଂସଦରେ ଉତ୍ତର ରଖିବା ସମୟରେ ପ୍ରଧାନମନ୍ତ୍ରୀ ରାଜନୀତିର କଥା କହିଛନ୍ତି । ଯାହା ନିର୍ବାଚନ ଆଚରଣର ଖୋଲା ଉଲଙ୍ଘନ ବୋଲି କଂଗ୍ରେସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details