ଓଡିଶା

odisha

ETV Bharat / bharat

congress new Steering Committee: ଖାଡଗେ ଗଢିଲେ 47 ସଦସ୍ୟ ବିଶିଷ୍ଟ ନୂଆ ଷ୍ଟିୟରିଂ କମିଟି, ସ୍ଥାନ ପାଇଲେନି ଥରୁର - ମଲ୍ଲିକାର୍ଜୁନ ଖାଡେଗଙ୍କ ନୂଆ ଟିମ

କଂଗ୍ରେସର ହାଇକମାଣ୍ଡ ପଦ ସମ୍ଭାଳିବାର ମାତ୍ର କିଛି ଘଣ୍ଟା ମଧ୍ୟରେ 47 ସଦସ୍ୟ ବିଶିଷ୍ଟ ନୂଆ ଷ୍ଟିୟରିଂ କମିଟି ଗଠନ କଲେ ଖାଡେଗ (congress new Steering Committee) । ରହିଛନ୍ତି ସୋନିଆ, ମନମୋହନ, ରାହୁଲ ପ୍ରିୟଙ୍କାଙ୍କ ସମେତ ଅନେକ ହେଭିଓ୍ବେଟ । ସ୍ଥାନ ପାଇଲେନି ଶଶୀ ଥରୁର । ଅଧିକ ପଢନ୍ତୁ

ଖାଡଗେଙ୍କ 47 ସଦସ୍ୟ ବିଶିଷ୍ଟ ନୂଆ ଷ୍ଟିୟରିଂ କମିଟି, ସ୍ଥାନ ପାଇଲେ ନାହିଁ ଥରୁର
ଖାଡଗେଙ୍କ 47 ସଦସ୍ୟ ବିଶିଷ୍ଟ ନୂଆ ଷ୍ଟିୟରିଂ କମିଟି, ସ୍ଥାନ ପାଇଲେ ନାହିଁ ଥରୁର

By

Published : Oct 26, 2022, 10:58 PM IST

ନୂଆଦିଲ୍ଲୀ: କଂଗ୍ରେସରେ ହାଇକମାଣ୍ଡ ପରିବର୍ତ୍ତନ ହେବା ପରେ ଆଜି ଦଳର ସାଙ୍ଗଠନିକ ଋପରେଖ ମଧ୍ୟ ବଦଳିଛି । ନୂତନ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ 47 ସଦସ୍ୟ ବିଶିଷ୍ଟ ଷ୍ଟିୟରିଂ କମିଟି (congress new Steering Committee) ଗଠନ କରିଛନ୍ତି । ଏହି ନବଗଠିତ କମିଟିରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତା । ଏହି କମିଟି କଂଗ୍ରେସର ଓ୍ବାର୍କିଂ କମିଟି ସ୍ଥାନରେ କାର୍ଯ୍ୟ କରିବ । ତେବେ ଏହ କମିଟିରେ ମୋଟ 47 ସଦସ୍ୟ ଥିଲେ ସୁଦ୍ଧା ଶଶୀ ଥରୁରଙ୍କୁ ସ୍ଥାନ ଦେଇନି ଦଳ ।

congress new Steering Committee: ଖାଡଗେ ଗଢିଲେ 47 ସଦସ୍ୟ ବିଶିଷ୍ଟ ନୂଆ ଷ୍ଟିୟରିଂ କମିଟି, ସ୍ଥାନ ପାଇଲେନି ଥରୁର

ନୂତନ କଂଗ୍ରେସ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିବାର କିଛି ଘଣ୍ଟା ପରେ ମଲ୍ଲିକାର୍ଜୁନ ଖାଡଗେ ଆଜି (ବୁଧବାର) ନିଜର 47 ଜଣିଆ ନୂଆ ଟିମ ଗଠନ କରିଛନ୍ତି । ଏହି କମିଟି ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ଅଙ୍ଗ ଭାବେ କାର୍ଯ୍ୟ କରିବାକୁ ଯାଉଛି । ବର୍ତ୍ତମାନର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି (CWC) ପରିବର୍ତ୍ତେ ଏହି କମିଟି ହିଁ ସମସ୍ତ ନିର୍ଣ୍ଣୟ ଗ୍ରହଣ କରିବ । ଏକ ନୂତନ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି (CWC) ଗଠନ ହେବା ପର୍ଯ୍ୟନ୍ତ ଗଠନ ଏହି କମିଟି ହିଁ ସମସ୍ତ ଶୀର୍ଷ ନିଷ୍ପତ୍ତି ଗ୍ରହଣ କରିବ ।

ଖାଡଗେଙ୍କ ଦ୍ବାରା ନବଗଠିତ ଏହି କମିଟିରେ ପୂର୍ବତନ ହାଇକମାଣ୍ଡ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ରହିଛନ୍ତି । ସେହିପରି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ, ବରିଷ୍ଠ ନେତା ପି ଚିଦାମ୍ବରମ୍, ରଣଦୀପ ସୂର୍ୟେୱାଲା, ଅଧୀର ରଞ୍ଜନ ଚୌଧୁରୀ, ଏ.କେ ଆଣ୍ଟୋନି, ଅଭିଷେକ ମନୁ ସିଂଭି, ଅଜୟ ମାକନଙ୍କ ପରି ନେତା ରହିଛନ୍ତି । ତେବେ ନିକଟରେ ଦଳର ହାଇକମାଣ୍ଡ ପଦବୀ ପାଇଁ ଖାଡଗେଙ୍କ ସହ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିବା ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁରଙ୍କୁ କମିଟିରେ ସ୍ଥାନ ନମିଳିବାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details