ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋରୋନାରେ(COVID-19) ଆକ୍ରାନ୍ତ ହୋଇଛନ୍ତି । ସାମାନ୍ୟ ଜ୍ବର ଓ ଲକ୍ଷଣ ଦେଖାଯିବାରୁ ସେ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ସଂଗରୋଧରେ ରଖିଛନ୍ତି । ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧୀ । ହେଲେ ତା' ପୂର୍ବରୁ ସେ କୋରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଛନ୍ତି ।
ଅତୀତରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଅନେକ ନେତା ଏବଂ କର୍ମୀ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ସୋନିଆ ଗାନ୍ଧୀଙ୍କୁ ବୁଧବାର ସନ୍ଧ୍ୟାରେ ସାମାନ୍ୟ ଜ୍ୱର ହୋଇଥିଲା । ଏହା ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ।