ଓଡିଶା

odisha

ETV Bharat / bharat

ଅକ୍ଟୋବର 17ରେ ନିର୍ବାଚନ, 19ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ଅକ୍ଟୋବର 17 ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ Congress president Election ଓ 19ରେ ଫଳାଫଳ । ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି । ପରବର୍ତ୍ତୀ ଅଧ୍ୟକ୍ଷ ଉପରେ ରହିଛି ସମଗ୍ର ଦେଶର ନଜର । ଅଧିକ ପଢନ୍ତୁ

ଅକ୍ଟୋବର 17 ରେ ନିର୍ବାଚନ, 19 ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ
ଅକ୍ଟୋବର 17 ରେ ନିର୍ବାଚନ, 19 ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

By

Published : Aug 28, 2022, 5:18 PM IST

ନୂଆଦିଲ୍ଲୀ:ଅକ୍ଟୋବର 17 ତାରିଖରେ ହେବ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ (Congress president Election)। ଆଜି କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । 17 ତାରିଖରେ ମତଦାନ (Election for Congress president on October 17) ହେବାକୁ ଥିବାବେଳେ 19ରେ ଗଣତି ଓ ନୂତନ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ନେଇ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ଆୟୋଜିତ CWC ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାସଂଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିଥିଲେ ।

କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ

ଶୁକ୍ରବାର ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ଇସ୍ତଫା ପରେ ଆଜି ଦଳ ନୂତନ ହାଇକମାଣ୍ଡ ନିର୍ବାଚନ ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଇ ବୈଠକ ଡାକିଥିବା ଅନୁମାନ କାରଯାଉଛି । ଏବେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଛନ୍ତି । ପୂର୍ବରୁ ଇସ୍ତଫା ଦେଇସାରିଥିବା ରାହୁଲ ଗାନ୍ଧୀ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନାରାଜ ଥିବା ସୂଚନା ମିଳିଛି । ଏପରି ସ୍ଥିତିରେ ଗାନ୍ଧୀ ପରିବାର ବାହାର କାହାକୁ ଜଣଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବାର ସୁଯୋଗ ମିଳିପାରେ ବୋଲି ଅନୁମାନ କାରଯାଉଛି ।

ଗତ କିଛି ଦିନ ତଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ତଥା ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ଅଶୋକ ଗେହେଲୋଟଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଆଜି ଏହାରି ମଧ୍ୟରେ ଅକ୍ଟୋବର 17 ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଓ 19 ରେ ଫଳଫଳ ଘୋଷଣା ନେଇ ଦଳର ଜାତୀୟ କାର୍ଯ୍ୟକାରିଣୀ କମିଟି ସମୟ ଧାର୍ଯ୍ୟ କରିଛି ।

ABOUT THE AUTHOR

...view details