ଓଡିଶା

odisha

By ETV Bharat Odisha Team

Published : Dec 2, 2023, 7:08 PM IST

ETV Bharat / bharat

କଂଗ୍ରେସ ଫୋକସରେ ଓଡ଼ିଶା: କୋରାପୁଟରେ ରାହୁଲ ଗାନ୍ଧିଙ୍କ ରାଲି-ଚେଲ୍ଲା କୁମାର

Congress Mission Odisha: 'ତେଲେଙ୍ଗାନାରେ କଂଗ୍ରେସ ବିଜୟୀ ହେଲେ ଓଡ଼ିଶାରେ ପଡ଼ିବ ପ୍ରଭାବ। ଦଳ ପାଇଁ ଓଡ଼ିଶା ଉର୍ବର ଭୂମି ସଦୃଶ। ଆକ୍ରମଣାତ୍ମକ ଅଭିଯାନ ଦ୍ବାରା ସମୃଦ୍ଧ ହେବ ଦଳୀୟ ସଂଗଠନ।' ଇଟିଭି ଭାରତକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ଅଧିକ ପଢ଼ନ୍ତୁ,

କଂଗ୍ରେସ ଫୋକସରେ ଓଡ଼ିଶା: ଡିସେମ୍ବରରେ କୋରାପୁଟରେ ରାହୁଲ ଗାନ୍ଧିଙ୍କ ରାଲି-ଚେଲ୍ଲା କୁମାର
କଂଗ୍ରେସ ଫୋକସରେ ଓଡ଼ିଶା: ଡିସେମ୍ବରରେ କୋରାପୁଟରେ ରାହୁଲ ଗାନ୍ଧିଙ୍କ ରାଲି-ଚେଲ୍ଲା କୁମାର

ହ୍ରାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଟ୍ରେଣ୍ଡକୁ ନେଇ ଆକ୍ଟିଭ ମୋଡରେ କଂଗ୍ରେସ ହାଇକମାଣ୍ଡ । ତେଲେଙ୍ଗାନା ଷ୍ଟ୍ରାଟେଜି ପଡ଼ୋଶୀ ଓଡ଼ିଶାରେ ପ୍ରୟୋଗ କରିବାକୁ ବିଚାର କରୁଛି ଗ୍ରାଣ୍ଡ ଓଲ୍ଡ ପାର୍ଟି। ଓଡ଼ିଶାରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ବଡ଼ ଯୋଜନା କରୁଛନ୍ତି କେନ୍ଦ୍ରୀୟ ନେତୃତ୍ବ । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାରୁ ପ୍ରଚାର ଅଭିଯାନ ଆରମ୍ଭ କରିବ ଦଳ । ଚଳିତ ମାସ ଓଡ଼ିଶା ଆସିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ କଂଗ୍ରେସ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ଗେ । ଏହି ସୂଚନା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

ଚେଲ୍ଲା କୁମାର ସୂଚନା ଦେଇଛନ୍ତି ଯେ, ତେଲେଙ୍ଗାନାରେ କଂଗ୍ରେସ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ରାହୁଲ, ପ୍ରିୟଙ୍କା ଏବଂ ଖଡ଼ଗେ । ସେମାନଙ୍କ କ୍ୟାମ୍ପେନ ପ୍ରଭାବରେ ତେଲେଙ୍ଗାନାରେ ଦଳ ଭଲ ପ୍ରଦର୍ଶନ ସହ କ୍ଷମତାକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି କଂଗ୍ରେସ ପାର୍ଟି ତେଲେଙ୍ଗାନାରେ କ୍ଷମତାକୁ ଫେରେ, ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ୋଶୀ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପଡ଼ିବ । ଓଡ଼ିଶାରେ କଂଗ୍ରେସ ସଂଠନ ସଶକ୍ତ ହେବା ସହ ଶକ୍ତିଶାଳୀ ହେବ । ଆମେ ଅଧିକ ପରିଶ୍ରମ ଏବଂ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିପାରିଲେ, ଓଡ଼ିଶାରେ କଂଗ୍ରେସ ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ଜ୍ବଳ ହେବ।

ଏହା ମଧ୍ୟ ପଢ଼ନ୍ତୁ: ଆକ୍ଟିଭ ମୋଡରେ କଂଗ୍ରେସ: 'ତୁଳସୀ' ଯାତ୍ରା ନାଁରେ ରାଜନୀତି, ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର

ଚେଲ୍ଲା କୁମାରଙ୍କ ସୂଚନା ଅନୁସାରେ, ଚଳିତ ଡିସେମ୍ବରରେ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ପାର୍ଟି ମେଗା ର୍ୟାଲି ଏବଂ ଜନସଭା କରିବ । ରାହୁଲ ଗାନ୍ଧି ଏହି ର୍ୟାଲିକୁ ସମ୍ବୋଧିତ କରିବେ । ରାହୁଲଙ୍କ ଜନସଭା କୋରାପୁଟ କିମ୍ବା ପାଖାପାଖି ଅଞ୍ଚଳରେ ଆୟୋଜନ କରାଯିବ । ସେହିପରି କଂଗ୍ରେସ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ଗେ ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ପୃଥକ ର୍ୟାଲି କରିବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଛି । ଚଳିତ ମାସରେ କଂଗ୍ରେସର ଏହି ତିନି ଜଣ ଷ୍ଟାର୍ ପ୍ରଚାରକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆଉ ଏହା ଓଡ଼ିଶାରେ କଂଗ୍ରେସ ପାର୍ଟି ପକ୍ଷରୁ ବଡ଼ ଶୁଭାରମ୍ଭ ହେବ ବୋଲି ଚେଲ୍ଲା କୁମାର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜନାଦେଶ ପୂର୍ବରୁ ଘାରିଲାଣି ଘୋଡ଼ା ବେପାର ଡର: କଂଗ୍ରେସ କ୍ୟାମ୍ପ ଛାନିଆ, ସାହା ହେବେ କି ଶିବକୁମାର !

ପୁରୀରେ ତୁଳସୀ ଯାତ୍ରା ଆୟୋଜନ କରି, ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଉଗାଳି ସାରିଛି କଂଗ୍ରେସ ପାର୍ଟି । ଆଗକୁ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବ ଦଳ । ଚେଲ୍ଲା କୁମାର କହିଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ରାଜ୍ୟରେ ସରକାର ଚଳାଇବା ପାଇଁ କିଛି ପ୍ରାଶାସନିକ ଅଧିକାରୀଙ୍କ ଉପରେ ନିର୍ଭରଶୀଳ । ଜିଲ୍ଲା ଏବଂ ତହସିଲ ସ୍ତରୀୟ ସରକାରୀ ଅଧିକାରୀମାନେ ଶାସକ ଦଳ ବିଜେଡିର କାର୍ଯ୍ୟକର୍ତ୍ତା ଭଳି ବ୍ୟବହାର କରୁଛନ୍ତି । ଫଳରେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । କଂଗ୍ରେସ ପାର୍ଟି ଏହାକୁ ଜୋରଦାର ବିରୋଧ କରୁଛି ବୋଲି କହିଛନ୍ତି ଚେଲ୍ଲା କୁମାର।

ଓଡ଼ିଶାରେ କଂଗ୍ରେସ ଦଳକୁ ସଶକ୍ତ କରିବା ପ୍ରସଙ୍ଗରେ ଚେଲ୍ଲା କୁମାର ସୂଚନା ଦେଇଛନ୍ତି ଯେ, ରାଜ୍ୟ ଦଳୀୟ ନେତୃତ୍ବ ପରିବର୍ତ୍ତନ କରିବା ସମାଧାନର ବାଟ ନୁହେଁ । ସନ୍ତୁଳନ ଫେରାଇ ଆଣିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଆମେ ନିକଟରେ ଅଧିକୃତ ଜମିକୁ ଚାଷୀଙ୍କୁ ଫେରାଇବା ପାଇଁ ଆନ୍ଦୋଳନ ଆରମ୍ଭ କରିଛୁ । ଆମକୁ ଏହିପରି ଅଧିକ କାର୍ଯ୍ୟକ୍ରମ କରିବାକୁ ପଡ଼ିବ | ଏନେଇ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ଚେଲ୍ଲା କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details