ନୂଆଦିଲ୍ଲୀ:ଜମ୍ମୁ କାଶ୍ମୀରକୁ ନେଇ ଶେଷ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ପୁର୍ଣ୍ଣ ରାଜ୍ୟପାହ୍ୟା ଦାବି ସହ ବିଧାନସଭା ନିର୍ବାଚନକୁ ନେଇ ବୈଠକରେ ହୋଇଛି ଚର୍ଚ୍ଚା ।
ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ 5ଟି ଦାବି ରଖିଛନ୍ତି କଂଗ୍ରେର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଏଥିରେ ତୁରନ୍ତ ପୂର୍ଣ୍ଣ ରାଜ୍ୟ ପାହ୍ୟାଠାରୁ ନେଇ ବିଧାନସଭା ନିର୍ବାଚନ କରାଇବା ପର୍ଯ୍ୟନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି ଗୁଲାମ ।
କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏବେ ପୁଣିଥରେ ଜମ୍ମୁକାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ମିଳୁ । ଏବେ ଘାଟିରେ ସ୍ଥିତି ଅନୁକୂଳ ରହିଛି । ସୀମାରେ ଶାନ୍ତି ରହିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ଏହି ପଦକ୍ଷେପ ନେବା ଉଚିତ ବୋଲି ଆଜାଦ ଦାବି କରିଛନ୍ତି ।