ଓଡିଶା

odisha

ETV Bharat / bharat

Gujarat Assembly Polls: ଦ୍ବିତୀୟ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ରାତିଆଧିଆ କଂଗ୍ରେସ ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଅଧିକ ପଢନ୍ତୁ

Gujarat Assembly Polls
Gujarat Assembly Polls

By

Published : Nov 11, 2022, 10:04 AM IST

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପାଗଭିଡା ଆରମ୍ଭ ହୋଇଛି । ଦିନ ଯେତିକି ପାଖଉଛି ପ୍ରସ୍ତୁତି ସେତିକି ବେଗରେ ଆଗଉଛି । ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ରାଜନୈତିକ ଦଳ । ଗୁରୁବାର ରାତିଆଧିଆ କଂଗ୍ରେସ ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ତାଲିକାରେ 46 ଜଣ ପ୍ରାର୍ଥୀଙ୍କ ନାମ ରହିଛି । ପୂର୍ବରୁ ନଭେମ୍ବର 1ରେ 43 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା ଦଳ । ଗୁରୁବାର ଅପରାହ୍ନରେ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଦୁଇଟି ପର୍ଯ୍ୟାକୁ ମିଶାଇ ଦଳ 89 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ 17 ବିଧାୟକଙ୍କ ସମେତ 29ଜଣଙ୍କୁ ଦ୍ବିତୀୟ ସୁଯୋଗ ଦେଇଛି । ପଲିତାନାରୁ 2017 ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରବୀଣ ଏକମାତ୍ର ପ୍ରାର୍ଥୀ ଯିଏକି ପୂର୍ବଥର ପରାସ୍ତ ହେବା ପରେ ବି ଦ୍ବିତୀୟ ଥର ପାଇଁ ଦଳ ତାଙ୍କ ଉପରେ ଭରସା କରିଛି । ସୁରତ ଇଷ୍ଟରୁ ଅସଲାମ ସାଇକେଲୱାଲା, ଉତ୍ତର ସୁରତରୁ ଅଶୋକଭାଇ ପଟେଲ ଏବଂ ଭଲସାଦରୁ କାମଲକୁମାରଙ୍କୁ ପ୍ରାର୍ଥୀ କରିଛି । 3 ମହିଳା ନେତ୍ରୀ ଲିମ୍ବାଡିରୁ କଳ୍ପନା କାରାମସିଭାଇ ମାକୱାନା, ଡେପିଆପାଡାପୁ ଜେରମାବେନ ସୁକଲାଲ ଏବଂ କାରଞ୍ଜରୁ ଭାରତୀ ପ୍ରକାଶ ପଟେଲଙ୍କୁ ପ୍ରାର୍ଥୀ କରିଛି ଦଳ ।

ଏହା ବି ପଢନ୍ତୁ...Gujarat assembly Poll: ପ୍ରାର୍ଥୀ ତାଲିକା ଘୋଷଣା କଲା BJP, ଜାମନଗରରୁ ଲଢିବେ ଜାଡେଜାଙ୍କ ପତ୍ନୀ

କଂଗ୍ରେସ ଭାରତୀୟ ଜନତା ପାର୍ଟି (ବିଜେପି)କୁ ରାଜ୍ୟରୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଠାରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ରହି ଆସିଛନ୍ତି ବିଜେପି । ପ୍ରକାଶ ଥାଉ କି, ଡିସେମ୍ବର ୧ରେ ଗୁଜରାଟର ୮୯ଟି ଆସନ ପାଇଁ ଭୋଟିଂ ହେବ । ସେହିପରି ୫ ତାରିଖରେ ବାକି ୯୩ଟି ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଡିସେମ୍ବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ABOUT THE AUTHOR

...view details