ଓଡିଶା

odisha

ETV Bharat / bharat

Uniform Civil Code: ଆଜି କଂଗ୍ରେସ ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପ ବୈଠକ - କଂଗ୍ରେସ ସଂସଦୀ ଦଳ ବୈଠକ

ୟୁନିଫର୍ମ ସିଭିଲ କୋର୍ଡ ପ୍ରସଙ୍ଗରେ ଆଜି ବସିବ କଂଗ୍ରେସ ସଂସଦୀୟ ଷ୍ଟ୍ରାଟେଜି କମିଟି ବୈଠକ । 3ରେ ବସିବ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକ । ଅଧିକ ପଢନ୍ତୁ

Uniform Civil Code: ଆଜି କଂଗ୍ରେସ ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପର ବୈଠକ
Uniform Civil Code: ଆଜି କଂଗ୍ରେସ ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପର ବୈଠକ

By

Published : Jul 1, 2023, 4:08 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ୟୁନିଫର୍ମ ସିଭିଲ କୋର୍ଡ ମନ୍ତବ୍ୟ ପରେ ଦେଶରେ ରାଜନୀତି ଉଷ୍ମ ହେବାରେ ଲାଗିଛି । ଅନ୍ୟପଟେ ଏହାକୁ ନେଇ ସଂସଦୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ମାସ (ଜୁଲାଇ) 3 ତାରିଖରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହା ଉପରେ ଆଲୋଚନା କରିବାକୁ ଯାଉଛି । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ଆଭିମୁଖ୍ୟ ରଖିବା ସହ ବିଚାର ବିମର୍ଶ ଆରମ୍ଭ କରିସାରିଲେଣି । ଆଜିି ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ଯ ମାନସ ମନ୍ଥନ କରିବାକୁ ଯାଉଛି । ଆଜି ସଂଧ୍ୟାରେ ଦଳର ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପର ବୈଠକ ହେବାକୁ ଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସଂଧ୍ୟାରେ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ 10-ଜନପଥ ରୋଡ ସ୍ଥିତ ବାସଭବନରେ ଏହି ଆଲୋଚନା ହେବାକୁ ଯାଉଛି । ଜୁଲାଇ 3 ରେ ହେବାକୁ ଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଦଳ ଏହି ପ୍ରସଙ୍ଗରେ କ’ଣ ଆଭିମୁଖ୍ୟ ରଖିବ ତାହା ଆଜି ବୈଠକରେ ଆଲୋଚିତ ହେବ । କଂଗ୍ରେସ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି ଆଭିମୁଖ୍ୟ ରଖିନଥିବା ବେଳେ ଏହାକୁ ପରେକ୍ଷରେ ସମାଲୋଚନା କରିସାରିଛି । କେବଳ ପ୍ରକୃତ ପ୍ରସଙ୍ଗରୁ ଦେଶବାସୀଙ୍କ ଧ୍ୟାନ ପରିବର୍ତ୍ତିତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଥିଲେ । ଷ୍ଟାଣ୍ଡିଂ କମିଟି ବୈଠକ ପରେ କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିପାରେ ।

ଏହା ମଧ୍ଯ ପଢନ୍ତୁ :- Uniform Civil Code: ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସଙ୍କେତ, ଦୁଇଟି ଆଇନରେ ଦେଶ ଚାଲିପାରିବ ନାହିଁ

କର୍ମିକ, ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ବାରା ଏହି ବୈଠକ ଚଳିତ 3 ତାରିଖରେ ଡକାଯାଇଛି । କମିଟି ଅଧ୍ୟକ୍ଷ ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି ଏନେଇ କମିଟିର ସମସ୍ତ 31 ସଦସ୍ୟ ସାଂସଦଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର 31 ଜଣ ସାଂସଦ ଏହି କମିଟିର ସଦସ୍ୟ ରହିଛନ୍ତି । ଏହି ମିଟିଂରେ ସେମାନଙ୍କ ମତାମତ ଓ ୟୁନିଫର୍ମ ସିଭିଲ କୋଡର ଲାଗୁର ଆବଶ୍ୟକତା ନେଇ ଚର୍ଚ୍ଚା ହେବ । ଏହା ପୂର୍ବରୁ ମୁସଲିମ ପର୍ସନାଲ ଲ’ ବୋର୍ଡ ମଧ୍ୟ ଏକ ଜରୁରୀ ବୈଠକ କରିସାରିଛି । ଆସନ୍ତା ବୈଠକରେ ସେମାନେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରି ଆଇନ ଆୟୋଗଙ୍କ ନିକଟରେ ଦ୍ବାରସ୍ଥ ହେବା ପାଇଁ ଯୋଜନା ରଖିଛନ୍ତି । ଅନ୍ୟପଟେ ଆମ ଆଦମୀ ପାର୍ଟି ଏହାକୁ ସମର୍ଥନ ଘୋଷଣା କରାସିରଥିବା ବେଳେ ଏହି ଆଇନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ବିସ୍ତୃତ ଚର୍ଚ୍ଚାର ଆବଶ୍ୟକତା ଥିବା କହିଛି ।

ଏହା ମଧ୍ଯ ପଢନ୍ତୁ :-Uniform Civil Code: ମୋଦିଙ୍କୁ ମିଳିଲା କେଜ୍ରିଓ୍ୱାଲଙ୍କ ସମର୍ଥନ !

ଭୋପାଳରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ ଏହି ପ୍ରସଙ୍ଗ ଉଲ୍ଲେଖ କରିବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଥିଲା । କୌଣସି ଦେଶ ଦୁଇଟି ଆଇନରେ ଚାଲି ପାରିବନାହିଁ । ଦେଶର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିବା ପରେ ଏବେ ଷ୍ଟାଣ୍ଡିଂ କମିଟି ମଧ୍ୟ ଜୁଲାଇ 3ରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଉଛି । ତେବେ ଚଳିତ ମୌସୁମୀ ଅଧିବେଶନରେ ଏହି ବିଲ ଆଗତ ହେବା ପ୍ରାୟତଃ ସ୍ପଷ୍ଟ ଅନୁମେୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details