ଓଡିଶା

odisha

ETV Bharat / bharat

ଚିନ୍ତନ ଶିବିର: କଂଗ୍ରେସରେ ପରିବର୍ତ୍ତନ ଆବଶ୍ୟକ କହିଲେ ସୋନିଆ - କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚାଲିଥିବା ଚିନ୍ତନ ଶିବିରରେ ଶୁକ୍ରବାର କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧୀ ଦଳର ବିକାଶ ଲାଗି ମୁଖିଆ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଚିନ୍ତନ ଶିବିର: ବଦଳିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ!
ଚିନ୍ତନ ଶିବିର: ବଦଳିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ!

By

Published : May 13, 2022, 10:09 PM IST

ଜୟପୁର:ବଦଳିବେ ଜାତୀୟ କଂଗ୍ରେସର ମଙ୍ଗୁଆଳ । ପରିବାରବାଦରୁ ପରିବର୍ତ୍ତନ ହୋଇପାରନ୍ତି ଜାତୀୟ କଂଗ୍ରେସର ଅଧ୍ୟକ୍ଷ । ତେବେ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚାଲିଥିବା ଚିନ୍ତନ ଶିବିରରେ ଆଜି (ଶୁକ୍ରବାର) କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ବିକାଶ ଲାଗି ମୁଖିଆ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଛନ୍ତି ।

ସେହିପରି ସାଧାରଣ ଲୋକେ ମଧ୍ୟ କଂଗ୍ରସର ଅଧ୍ୟକ୍ଷ ପରିବର୍ତ୍ତନ ନେଇ ଚାହୁଁଥିବା ସେ କହିଛନ୍ତି । ବର୍ତ୍ତମାନ ଆସିଛି ପରିବର୍ତ୍ତନ ହେବାର ସମୟ ବୋଲି ସୋନିଆ କହିଛନ୍ତି । ତେବେ ଦଳୀୟ ସଂଗଠନ ମଜବୁତ ସହ ଲୋକଙ୍କ ବିଶ୍ବାସଭାଜନ ହେବା ଲାଗି ଦଳ ଭିତରେ ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଶିବିରର ପ୍ରଥମ ଦିନରେ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ନିୟମ ପରିବର୍ତ୍ତନରେ ଅତିଷ୍ଠ ହୋଇପଡିଲେଣି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କର ସହଯୋଗୀ ଦେଶର ବିଭିନ୍ନ ରାଜ୍ୟରେ ପୋଲାରାଇଜେସନ୍ ଏବଂ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details