ଓଡିଶା

odisha

By

Published : Jul 28, 2022, 10:25 PM IST

ETV Bharat / bharat

ସୋନିଆଙ୍କୁ ବିଜେପି ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗ, ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶାସକ ଦଳର ସଦସ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ । ମାମଲାକୁ ସ୍ବାଧୀକାର କମିଟିକୁ ପଠାଇବା ପାଇଁ ଚିଠିରେ ଦାବି । ଅଧିକ ପଢନ୍ତୁ

ସୋନିଆଙ୍କୁ ବିଜେପି ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗରେ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ
ସୋନିଆଙ୍କୁ ବିଜେପି ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗରେ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗ । ତେବେ ଚାରିଆଡୁ ଚାପରେ ଥିବା କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୃହରେ ଦୁର୍ବ୍ୟବହାର ନେଇ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛି କଂଗ୍ରେସ ଦଳ । ଲୋକସଭାରେ ଦଳର ଫ୍ଲୋର ଲଡର ଅଧୀର ରଞ୍ଜନ ଚୌଧୁରୀ ଓ ଅନ୍ୟ କିଛି ବରିଷ୍ଠ ସାଂସଦ ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଆଜି ଗୃହରେ ସୋନିଆଙ୍କୁ ଶାସକ ଦଳର ସାଂସଦମାନେ ଦୁର୍ବ୍ୟବହାର କରିଥିବା ଦର୍ଶାଇଛନ୍ତି । ଏହି ମାମଲାରେ ବାଚସ୍ପତି ହସ୍ତକ୍ଷେପ କରିବା ସହ ମାମଲାକୁ ଗୃହର ସ୍ବାଧୀକାର କମିଟିକୁ ପଠାଇବା ପାଇଁ ଚିଠିରେ ଦାବି କରିଛି ଦଳ ।

ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ କଂଗ୍ରେସ ଓ ପାର୍ଟି ହାଇକମାଣ୍ଡ ସୋନିଆଙ୍କ ଠାରୁ କ୍ଷମା ପ୍ରର୍ଥନା ଦାବି କରିଥିଲେ ବିଜେପି ସାସଂଦ । ଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ସୋନିଆଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କିଛି କହିବାରୁ ସୋନିଆ ମଧ୍ୟ ଉତ୍ତେଜିତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାରେ ସୋନିଆଙ୍କୁ ଶାସକ ଦଳର ସାଂସଦମାନେ ଦୁର୍ବ୍ୟବହାର କରିଥିବା ଦଳ ଅଭିଯୋଗ କରଛି । ଅନ୍ୟପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଗୃହ ମଧ୍ୟରେ ସୋନିଆଙ୍କ ଏପରି କ୍ରୋଧିତ ବ୍ୟବହାରକୁ ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details