ଓଡିଶା

odisha

ETV Bharat / bharat

selfie with six women MP: ଟ୍ରୋଲ ହେଲା ପରେ କ୍ଷମା ମାଗିଲେ Tharoor - shashi tharoo with 6 women mp

ଶଶୀ ଥରୁର (congress mp shashi tharoor)ଙ୍କ ମହିଳା ସାଂସଦଙ୍କ ସହ ଫଟୋ ପୋଷ୍ଟ ପରେ ବଢିଲା ବିବାଦ । ନାପସନ୍ଦ କରିବା ସହ ଶଶୀଙ୍କୁ ଟ୍ରୋଲ କଲେ ଟ୍ବିଟର ବ୍ୟବହାରକାରୀ । ବାଧ୍ୟ ହୋଇ ସଫାଇ ରଖିଲେ ଶଶୀ, କହିଲେ ମୁଁ ଦୁଃଖିତ । ଅଧିକ ପଢନ୍ତୁ

Tharoor selfie with six women MP: ଟ୍ରୋଲ ହେଲା ପରେ ମାଗିଲେ କ୍ଷମା
Tharoor selfie with six women MP: ଟ୍ରୋଲ ହେଲା ପରେ ମାଗିଲେ କ୍ଷମା

By

Published : Nov 29, 2021, 10:46 PM IST

ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ (winter session)ରେ ତିନୋଟି ଚାଷ ଆଇନକୁ ରଦ୍ଦ କରିବା ପାଇଁ ଆଗତ ବିଲ୍ ଉପରେ ସମସ୍ତଙ୍କ ନଜର ଥିବାବେଳେ କଂଗ୍ରେସର ବିରିଷ୍ଠ ନେତା ଶଶି ଥରରୁ (congress mp shashi tharoor)ଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

୬ ଜଣଙ୍କ ମହିଳା ସାଂସଦଙ୍କ ସହ ଶଶୀ ଥରୁର ଏକ ଫଟୋରେ ନଜର ଆସିଥିବାବେଳେ ଏଥିରେ ଶଶୀ ଯେଉଁ କ୍ୟାପସନ ଲେଖଛନ୍ତି ତାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ୬ ଜଣ ମହିଳା ସାଂସଦଙ୍କ ମଝିରେ ଛିଡା ହୋଇଥିବା ସହ 'ଲୋକସଭା କାମ କରିବା ପାଇଁ ଆକର୍ଷଣୀୟ ସ୍ଥାନ ନୁହେଁ ବୋଲି କିଏ କହୁଛି? ବୋଲି କ୍ୟାପସନରେ ଲେଖିଛନ୍ତି ଶଶୀ । ଏପରି କିଛି ଟ୍ବିଟ ସାମ୍ନାକୁ ଆସିବା ପରେ କଂଗ୍ରେସ ନେତା ଶଶୀଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡିଛି ।

ଥିରୁଅନନ୍ତପୁରମରୁ କଂଗ୍ରେସର ସାଂସଦ ଥିବା ଶଶୀ ଥରୁର ମଧ୍ୟାନ ପ୍ରାୟ 12 ଟାରେ ଏକ ଫଟୋ ଟ୍ୱିଟ୍ କରିଛନ୍ତି । TMC ସାଂସଦ ମିମି ଚକ୍ରବର୍ତ୍ତୀ ଏହି ସେଲ୍ଫି ଉଠାଇଥିବାବେଳେ TMC ସାଂସଦ ନୁସରତ ଜାହାନ, କଂଗ୍ରେସ ସାଂସଦ ପ୍ରୀତି କୌର ଏବଂ ଜ୍ୟୋତିମାନି, DMK ର ସାସଂଦ ସୁମତି ଏବଂ NCP ସାଂସଦ ସୁପ୍ରିୟା ସୋଲେ ନଜର ଆସିଛନ୍ତି।

ଥରୁରଙ୍କ ଟ୍ୱିଟ ସାମ୍ନାକୁ ଆସିବା ପରେ ଅନେକ ଏହାକୁ ନାପସନ୍ଦ କରିଥିବାବେଳେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଲେଖିଛନ୍ତି ଯେ 'ଆପଣ ସଂସଦରେ ମହିଳା ସାଂସଦଙ୍କର ଅବଦାନକୁ ଅପମାନ କରୁଛନ୍ତି । ଅନେକ ଟ୍ବିଟର ବ୍ୟବହାରକାରୀ ମଧ୍ୟ ଏହାକୁ ମହିଳାଙ୍କ ପ୍ରତି ଅପମାନ ବୋଲି ଟ୍ୱିଟ୍ କରିଛନ୍ତି ।

ତେବେ ବିବାଦ ବଢିବା ପରେ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିବା ସହ ସଫେଇ ଦେଇଛନ୍ତି ଶଶୀ । ପ୍ରବଳ ଟ୍ରୋଲ ପରେ ଶଶୀ କହିଛନ୍ତି ସେ ମଜାଳିଆ ଢଙ୍ଗରେ ଏହି ପୋଷ୍ଟ କରିଥିଲେ । ଏଥିରେ ଭିନ୍ନ କିଛି ଉଦ୍ଦେଶ୍ୟ ନଥିଲା । ଯଦି ଏପରି ପୋଷ୍ଟ କିଛି ଲୋକଙ୍କୁ ଖରାପ ଲାଗିଥାଏ ତେବେ ସେ ଦୁଃଖିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details