ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi wishes a speedy recovery to PM mother)। ରାହୁଲ ଏପରି କଠିନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ତାଙ୍କର ନୈତିକ ସମର୍ଥନ ରହଥିବା କହିବା ସହ ମା’ ହୀରାବେନଙ୍କ ଆଶୁଆରୋଗ୍ୟ କାମନା କରି ଟ୍ବିଟ କରିଛନ୍ତି ।
ରାହୁଲ ଟ୍ବିଟରେ ଲେଖିଛନ୍ତି, ‘‘ମା ଓ ପୁଅ ମଧ୍ୟରେ ମଧ୍ୟରେ ଥିବା ସମ୍ପର୍କ ଅସୀମ ଅମୂଲ୍ୟ । ଏପରି କଠିନ ସମୟରେ ମୁଁ ମୋଦିଜୀଙ୍କ ସହ ରହିଛି । ମୋ ଶ୍ରଦ୍ଧା ଓ ସମର୍ଥନ ମୋଦିଜୀଙ୍କ ସହ ରହିଛି । ଆପଣଙ୍କ ମା’ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବା ନେଇ ମୁଁ ଆଶାବାଦୀ (Rahul Gandhi wishes a speedy recovery to PM mother)।’’