ଓଡିଶା

odisha

ETV Bharat / bharat

କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ - କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ

କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ । କନ୍ୟାକୁମାରୀରୁ ବାପାଙ୍କ ସ୍ମାରକୀ ପୀଠରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ । ଆରମ୍ଭ କଂଗ୍ରେସର ଭାରତ ଯୋଡ ଯାତ୍ରା (Bharat Jodo Yatra)। 150 ଦିନ ମଧ୍ୟରେ 3,570 କି.ମି ପରିକ୍ରମା କରିବ ଦଳ । ସେପଟେ ରାହୁଲଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ

କନ୍ୟାକୁମାରୀରେ ରାହୁଲ: ଆଜି ଶୁଭାରମ୍ଭ କରିବେ ଭାରତ ଯୋଡ ଯାତ୍ରା
କନ୍ୟାକୁମାରୀରେ ରାହୁଲ: ଆଜି ଶୁଭାରମ୍ଭ କରିବେ ଭାରତ ଯୋଡ ଯାତ୍ରା

By

Published : Sep 7, 2022, 7:18 PM IST

Updated : Sep 7, 2022, 11:04 PM IST

ଚେନ୍ନାଇ:ଆଜି ଠାରୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା (Bharat Jodo Yatra of congress)। ଆଜି ସଂଧ୍ୟାରେ ଏହି ଯାତ୍ରାକୁ କନ୍ୟାକୁମାରୀର ରାଜୀବ ଗାନ୍ଧୀ ସ୍ମାରକୀ ପୀଠରୁ ଶୁଭାରମ୍ଭ କରିଛନ୍ତି ଦଳୀୟ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi visit Vivekananda Memorial)। କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବରୁ ରାହୁଲ କନ୍ୟାକୁମାରୀ ଗସ୍ତ କରି ସେଠାରେ ବାପା ରାଜୀବ ଗାନ୍ଧୀଙ୍କ ସ୍ମାରକୀ ପୀଠ ଦର୍ଶନ କରିଥିଲେ । ରାହୁଲଙ୍କ ସହ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ କେ.ସି ବେଣୁଗୋପାଲ, ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ତାମିଲନାଡୁ କଂଗ୍ରେସର ବରିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ ।

ରାହୁଲ ନିଜ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମାରକୀରେ ପ୍ରାର୍ଥନା କରିଥିଲେ । ବାପାଙ୍କୁ ହରାଇଛି ଦେଶକୁ ହରାଇବି ନାହିଁ ବୋଲି ରାହୁଲ କହିଥିଲେ ସେଠାରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ସେଠାରୁ ହିଁ ଏହି ଯାତ୍ରାକୁ ସେ ବିଧିବଦ୍ଧ ଭାବେ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ବିଜେପି ବିରୋଧରେ କଂଗ୍ରେସ ଏହି ‘ଭାରତ ଯୋଡ ଯାତ୍ରା’ ଆୟୋଜନ କୁରଥିବା ବେଳେ ବିଜେପି ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିବାକୁ ପଛାଇ ନାହିଁ । ଦଳର ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ‘‘1947 ରେ ଭାରତକୁ ଭାରତ ଓ ପାକିସ୍ତାନ ଭାବେ ଦୁଇଟି ପୃଥକ ରାଷ୍ଟ୍ରରେ ଓ ପରେ ପାକିସ୍ତାନକୁ ପୁଣି ବାଂଲାଦେଶ ଭାବେ କଂଗ୍ରେସ ହିଁ ବିଭାଜିତ କରିଥିଲା । ଯଦି ରାହୁଲ ଗାନ୍ଧୀଙ୍କର ଭାରତ ବିଭାଜନ ନିଷ୍ପତ୍ତି ଉପରେ ଅନୁତାପ କରିଥାଆନ୍ତା, ତାହାଲେ ସେ ଭାରତ ଯୋଡ ଯାତ୍ରାର ନାମ ନିଅନ୍ତେ ନାହିଁ ।’’ ଆହୁରି ମଧ୍ୟ ବିଶ୍ବଶର୍ମା କହିଛନ୍ତି, ‘‘ଭାରତ ପ୍ରଥମରୁ ଏକତା ସୂତ୍ରରେ ବାନ୍ଧି ହୋଇକି ଅଛି । ତେଣୁ ଭାରତ ଯୋଡିବାର କୌଣସି ଆବଶ୍ୟକତା ନାହିଁ । ଯଦି ରାହୁଲ ଚାହୁଁଛନ୍ତି, ତେବେ ପାକିସ୍ତାନ ଓ ବାଂଲାଦେଶକୁ ଏକତ୍ରୀକରଣ କରିବା ପାଇଁ ପ୍ରୟାସ କରନ୍ତୁ ।’’

2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆଜି ଠାରୁ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛି । ଏହି ଯାତ୍ରାରେ ଦଳ 3,570 କି.ମି ପରିକ୍ରମା କରିବ । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ । ଏହାକୁ ଆଜି ଠାରୁ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 7, 2022, 11:04 PM IST

ABOUT THE AUTHOR

...view details