ନୂଆଦିଲ୍ଲୀ: ଲଖିମପୁର ଖେରୀ ମାମଲାକୁ (Lakhimpur Kheri violence) ନେଇ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଗତକାଲି ଲଖିମପୁର ଖେରୀ ମାମଲାରେ ଏହାକୁ ତଦନ୍ତ କରୁଥିବା ଏସଆଇଟି ବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (Special Investigation team) କହିଛି ଯେ ଏହାକୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କରାଯାଇଛି ।
ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ଆଜି ଲଖିମପୁର ଖେରୀ ମାମଲାକୁ ନେଇ ହଙ୍ଗାମା ସୃଷ୍ଟି କରିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରି ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି ରାହୁଲ ଗାନ୍ଧୀ (Adjournment motion in Lok Sabha by Rahul Gandhi)। ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଗତକାଲି ଏସଆଇଟି ଟିପ୍ପଣୀ କରିଥିଲା । ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରି କରାଯାଇଛି ବୋଲି ଏସଆଇଟି କହିଛି ।ଏହି ମାମଲାରେ ଉତ୍ତରପ୍ରଦେଶ ସରକାର ପୂର୍ବରୁ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା ।