ଓଡିଶା

odisha

By ETV Bharat Odisha Team

Published : Sep 17, 2023, 10:15 PM IST

ETV Bharat / bharat

Chhattisgarh: ଟଙ୍କା ବିଡା ସହ କଂଗ୍ରେସ ବିଧାୟକଙ୍କ ଭିଡିଓ ଭାଇରାଲ, CBI ତଦନ୍ତ ଦାବି କଲା ବିଜେପି

ଛତିଶଗଡ କଂଗ୍ରେସ ବିଧାୟକଙ୍କ ନିକଟରେ ଟଙ୍କା ବିଡାର ଭିଡିଓ ଭାଇରାଲ । CBI ତଦନ୍ତ ଦାବି କଲା ବିଜେପି । କଂଗ୍ରେସ ବିଧାୟକ କହିଲେ ମିଛ ଭିଡିଓ ଭାଇରାଲ କରୁଛି ବିଜେପି । ଅଧିକ ପଢନ୍ତୁ

Chhattisgarh: କଂଗ୍ରେସ ବିଧାୟକଙ୍କ ହତରେ ଟଙ୍କା ବିଡା ଫଟୋ ଭାଇରାଲ, CBI ତଦନ୍ତ ଦାବି କଲା ବିଜେପି
Chhattisgarh: କଂଗ୍ରେସ ବିଧାୟକଙ୍କ ହତରେ ଟଙ୍କା ବିଡା ଫଟୋ ଭାଇରାଲ, CBI ତଦନ୍ତ ଦାବି କଲା ବିଜେପି

ରାୟପୁର:ନିର୍ବାଚନ ପୂର୍ବରୁ ଛତିଶଗଡରେ ଭାଇରାଲ ହେଉଛି ଟଙ୍କା ବଣ୍ଡଲ ସହ ଜଣେ କଂଗ୍ରେସ ବିଧାୟକଙ୍କ ଭିଡିଓ । ଯାହାକୁ ନେଇ ବିରୋଧୀ ବିଜେପି ବ୍ୟାପକ ଦୁର୍ନୀତି ଓ ନିର୍ବାଚନୀ ଟଙ୍କା ବଣ୍ଟା ବୋଲି ଅଭିଯୋଗ କରି CBI ତଦନ୍ତ ପାଇଁ ଦାବି କରିଛି । ଭିଡିଓରେ କଂଗ୍ରେସର ଜଣେ ବିଧାୟକ ନିକଟରେ ଟଙ୍କା ବିଡା ରଖାଯାଇଥିବା ଓ ସେ କିଛି ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟରେ ଶାସନରେ ଥିବା କଂଗ୍ରେସ ସରକାର ଉପରେ ପ୍ରଶ୍ନ ଉଠିଛି ।

ଭାଇରାଲ ହେଉଥିବା ଭିଡିଓକୁ ବିଜେପି ନେତା ଓ.ପି ଚୌଧୁରୀ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିବା ସହ କଂଗ୍ରେସ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଛନ୍ତି । କଂଗ୍ରେସ ଗତ 5ବର୍ଷ ଶାସନରେ ରାଜ୍ୟକୁ ଲୁଟିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ବିଧାୟକଙ୍କ ବିରୋଧରେ ସିବିଆଇ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି । ଭାଇରାଲ ଭିଡିଓ ଅନୁସାରେ, ଚନ୍ଦ୍ରପୁର ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଥିବା ରାମକୁମାର ଯାଦବ ଏକ ସୋଫାରେ ବସିଛନ୍ତି । ତାଙ୍କ ସମ୍ମୁଖରେ ଏକାଧିକ ଟଙ୍କା ବଣ୍ଡଲ ରଖାଯାଇଛି । ଅନ୍ୟ ଦୁଇଜଣ ମଧ୍ଯ ବିଧାୟକଙ୍କ ସହ ବସିଛନ୍ତି । ସମସ୍ତେ କିଛି ବାର୍ତ୍ତାଳାପ କରୁଛନ୍ତି । ହେଲେ ଭିଡିଓରେ ବାର୍ତ୍ତାଳାପ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡୁନାହିଁ ।

ଏହା ମଧ୍ୟ ପଢନ୍ତୁ :- Telangana: କଂଗ୍ରେସର 6 ଗ୍ୟାରେଣ୍ଟି ଘୋଷଣା, ମହିଳାଙ୍କୁ ମାସିକ 2500 ଟଙ୍କା, 5ଶହ ଟଙ୍କାରେ LPG ସିଲିଣ୍ଡର

ତେବେ ଭିଡିଓ ଭାଇରାଲ ହେବା ପରେ ଏହାକୁ ଏକ ଫେକ ଭିଡିଓ ଓ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବିଧାୟକ ରାମକୁମାର ଯାଦବ । ତାଙ୍କ ବିରୋଧରେ ବିଜେପି ଏହି ଷଡ଼ଯନ୍ତ୍ର କରି ମିଥ୍ୟା ଭିଡିଓ ଭାଇରାଲ କରୁଛି । ସେ ଲୋକଙ୍କ ଭୋଟ ପାଇ ବିଧାୟକ ହୋଇଛନ୍ତି । ଜଣେ ଗରିବ ପରିବାର ପୁଅ କେମିତି ବିଧାୟକ ହେଲା, ସେମାନେ ସହି ପାରୁନାହାନ୍ତି । ତେଣୁ ଏପରି କରି ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ସେ ପାଲଟା ବିରୋଧୀ ଦଳ ବିଜେପି ଉପରେ ଅଭିଯୋଗ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓର ସତ୍ୟତା ଇଟିଭି ଭାରତ ପକ୍ଷରୁ ନିଶ୍ଚିତ କରାଯାଉନାହିଁ । କେବଳ ରାଜନୈତିକ ଅଭିଯୋଗ ଆଧାରରେ ଏହି ଖବର ପରିବେଷଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details