ବେଙ୍ଗାଲୁରୁ:କର୍ଣ୍ଣାଟକରେ ଜାରି ରହିଥିବା ହିଜାବ ବିବାଦ ମଧ୍ୟରେ କଂଗ୍ରେସ ବିଧାୟିକା କନିଜ ଫାତିମା ହିଜାବ ପିନ୍ଧି ବିଧାନସଭା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି । ଫେବୃଆରୀ ୫ ତାରିଖରେ ସେ କାଲାବୁରାଗୀ ସହରରେ ହିଜାବକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଥିବା ସଂଖ୍ୟାଲଘୁ ଛାତ୍ରୀଙ୍କୁ ସମର୍ଥନ କରିବା ହେବାକୁ ଥିବା ବିଧାନସଭା ଅଧିବେଶନରେ ହିଜାବ ପିନ୍ଧି ଗୃହକୁ ଯିବା ନେଇ ଘୋଷଣା ମଧ୍ୟ କରିଥିଲେ ।
ଫେବୃଆରୀ ୫ ରେ ଆନ୍ଦୋଳନ ଅବସରରେ ସେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ, ହିଜାବ ପିନ୍ଧିବା ଆମର ସାମ୍ବିଧାନିକ ଅଧିକାର, ତେଣୁ ଆମକୁ ହିଜାବ ପିନ୍ଧିବାରୁ କେହି ବଳପୂର୍ବକ ନିବୃତ୍ତ କରିପାରିବେ ନାହିଁ । ସେ ମଧ୍ୟ ବିଧାନସଭା ଆରମ୍ଭ ହେଲେ ହିଜାବ ପିନ୍ଧି ଗୃହକୁ ଯିବେ ବୋଲି କହିବା ସହ ଯଦି କାହାର ସାହାସ ଅଛି ତାଙ୍କୁ ରୋକିକରି ଦେଖାନ୍ତୁ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ।