ଓଡିଶା

odisha

ETV Bharat / bharat

ଗୁଜୁରାଟରେ ଆଦିବାସୀ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ, ବିଜେପିକୁ ଦାୟୀ କଲା ଦଳ

ଗୁଜୁରାଟରେ ଆକ୍ରମଣର ଶିକାର ହେଲେ ଆଦିବାସୀ କଂଗ୍ରେସ ବିଧାୟକ ଅନନ୍ତ ପଟେଲ । ଏକ ସଭାକାର୍ଯ୍ୟରେ ଯାଇଥିବା ବେଳେ ଆଦିବାସୀ ହୋଇଥିବା କାରଣରୁ ତାଙ୍କୁ ମାଡ ମାରି ଘଉଡାଇ ଦିଆଯାଇଥିବା ଅଭିଯୋଗ (Gujarat Congress MLA Anant Patel ) । କଂଗ୍ରେସ କହିଲା ବିଜେପି ଶାସନରେ ସ୍ବର ଉତ୍ତୋଳନ କଲେ ଆକ୍ରମଣ ନହେଲେ ଜେଲ । ଅଧିକ ପଢନ୍ତୁ

ଗୁଜୁରାଟରେ ଆଦିବାସୀ କଂଗ୍ରେସ ବିଧାୟଙ୍କୁ ଆକ୍ରମଣ, ବିଜେପିକୁ ଦାୟୀ କଲା ଦଳ
ଗୁଜୁରାଟରେ ଆଦିବାସୀ କଂଗ୍ରେସ ବିଧାୟଙ୍କୁ ଆକ୍ରମଣ, ବିଜେପିକୁ ଦାୟୀ କଲା ଦଳ

By

Published : Oct 9, 2022, 9:40 AM IST

ଗାନ୍ଧୀନଗର:ବିଧାନସଭା ନିର୍ବାଚନ ପାଖଉଥିବା ଗୁଜୁରାଟରେ ରାଜନୈତିକ ଉଷ୍ମତା କ୍ରମଶଃ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଅନନ୍ତ ପଟେଲଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି (Congress MLA attacked in Gujarat) । ଗତକାଲି (ରବିବାର) ଅନନ୍ତ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଅନନ୍ତ ଓ କଂଗ୍ରେସ ବିଜେପିକୁ ସିଧାସଳଖ ଦାୟୀ କରିଛନ୍ତି । ବିଜେପି ଶାସିତ ରାଜ୍ୟରେ କେହି ଯଦି ସ୍ବର ଉତ୍ତୋଳନ କରେ ତେବେ ଆକ୍ରମଣର ଶିକାର ହେବା ସହ ମିଛ କେଶରେ ଜେଲ ମଧ୍ୟ ଯିବାକୁ ପଡେ ।

କଂଗ୍ରେସ ବିଧାୟକ ଅନନ୍ତ ପଟେଲ ଜଣେ ଆଦିବାସୀ ସମ୍ପ୍ରଦାୟର ନେତା (Gujarat Congress MLA Anant Patel )। ଗତକାଲି ରାତିରେ ସେ ଏକ ସଭାରେ ସାମିଲ ହେବା ପାଇଁ ନଭାସାରୀ ଜିଲ୍ଲାର ଖେରଗାମ ଅଞ୍ଚଳକୁ ଯାଇଥିଲେ । ସେଠାରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ମୁଖ୍ୟ ଓ ତାଙ୍କର କିଛି ଗୁଣ୍ଡା ତାଙ୍କୁ ମାଡ ମାରିବା ସହ ତାଙ୍କ ଗାଡି ଭଙ୍ଗାରୁଜା କରିଥିଲେ । କେବଳ ସେତିକି ନୁହେଁ ସେ କଂଗ୍ରେସ ବିଧାୟକ ମଧ୍ୟ ଜାତିଗତ ଭେଦଭାବର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସେ ଜଣେ ଆଦିବାସୀ ସମ୍ପ୍ରଦାୟରୁ ହୋଇଥିବା କାରଣରୁ ତାଙ୍କୁ ସଭାସ୍ଥଳକୁ ଛଡା ନଯିବା ସହ ମାଡ ମାରି ଉକ୍ତ ସ୍ଥାନରୁ ଘଉଡାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ କଂଗ୍ରେସ ସମର୍ଥକମାନେ ମଧ୍ୟ ଘଟଣାସ୍ଥଳରେ ଜମା ହୋଇଥିଲେ । ରାଜ୍ୟରେ ଶାସନରେ ଥିବା ବିଜେପି ବିରୋଧରେ ନାରାବାଜି କରିବା ସହ ଧାରଣାରେ ମଧ୍ୟ ବସିଥିଲେ କଂଗ୍ରେସ କର୍ମୀ । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ ଆଜି ମଧ୍ୟ କିଛି ସ୍ଥାନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲା ପଞ୍ଚାୟତ ମୁଖ୍ୟ ତାଙ୍କ ସହଯୋଗୀଙ୍କୁ ଗିରଫ କରାନଯିବା ଯାଏ ସେମାନେ ପ୍ରତିବାଦ କରିବେ ବୋଲି ଦଳ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details