ନୂଆଦିଲ୍ଲୀ: କୋଭିଡ-19ର ଦ୍ବିତୀୟ ଲହର ଦେଶକୁ ସଂକ୍ରମଣ କରୁଥିବାରୁ ଚିନ୍ତିତ କଂଗ୍ରେସ । ଏନେଇ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ବସିବା ନେଇ ଆଲୋଚନା କରାଯାଇଥିଲ ମାତ୍ର ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତା 10 ରେ ଭାରତରେ ମହାମାରୀ ପରିସ୍ଥିତି ଉପରେ ଆଲୋଚନା କରିଥାନ୍ତା କଂଗ୍ରେସ ।
ଶୁକ୍ରବାର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଦେଶର ଲୋକଙ୍କୁ ବୋକା ବନାଉଛନ୍ତି ଏବଂ କୋଭିଡ-19 ସଙ୍କଟରେ ଲୋକଙ୍କ ପ୍ରତି ଥିବା ମୌଳିକ ଦାୟିତ୍ବ ଏବଂ କର୍ତ୍ତବ୍ୟ ଭୁଲି ଯାଇଛନ୍ତି । ମହାମାରୀ ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକିବା ଉଚିତ୍ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।