ନୂଆଦିଲ୍ଲୀ: ଜୟ ଶ୍ରୀରାମ ନାରାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ରସିଦ ଅଲଭି । ଏକ ସଭାକୁ ସମ୍ବୋଧନ କରିବାବେଳେ ସେ କହିଛନ୍ତି ଯେ ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କ ଠାରୁ ସତର୍କ ରୁହନ୍ତୁ। ଏଭଳି ଏକ ଭିଡିଓକୁ ନେଇ ଟ୍ବିଟ କରିଛନ୍ତି ବିଜେପି ଆଟି ସେଲ ମୁଖ୍ୟ ଅମିତ ମାଲବ୍ୟ ।
ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ପୁଣି ଏକ ବିବାଦ ସାମନାକୁ ଆସିଛି । ବରିଷ୍ଠ କଂଗ୍ରେସ ନେତା ରସିଦ ଅଲଭି ଜୟ ଶ୍ରୀ ରାମ ନାରାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଶୁକ୍ରବାର ଏକ ସଭାକୁ ସମ୍ବୋଧନ କରିବାବେଳେ ବରିଷ୍ଠ କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି ଯେ ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କ ଠାରୁ ସତର୍କ ରୁହନ୍ତୁ। କାରଣ ଜୟ ଶ୍ରୀରାମ ନାରା ଦେଉଥିବା ସମସ୍ତେ ସାଧୁ ସନ୍ଥ ନୁହନ୍ତି ସେମାନେ ରାକ୍ଷାସ ମଧ୍ୟ ବୋଲି କହିଛନ୍ତି ।
ସେପଟେ ଏହାକୁ ନେଇ ବିଜେପି ମଧ୍ୟ ଜୋରାଦାର ସମାଲୋଚନା କରିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟ୍ବିଟ କରି କଂଗ୍ରେସର ବିଚାରଧାରାକୁ ସମାଲୋଚନା କରିଛନ୍ତି। ବିଜେପି ପ୍ରତି କଂଗ୍ରେସର ବିଚାରଧାରା ଅତି ନିମ୍ନସ୍ତରର ଏବଂ ବିଷାକ୍ତ ବୋଲି କହିଛନ୍ତି। ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କ ପ୍ରତି ଏ ଭଳି କହି କଂଗ୍ରେସ ରାମ ଭକ୍ତଙ୍କୁ ଅସମ୍ମାନ ପ୍ରଦର୍ଶନ କରୁଛି ।
ସୂଚନାଥାଉକି ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଏକ ବହି ଉନ୍ମୋଚନ ଅବସରରେ ହିନ୍ଦୁ ଓ ହିନ୍ଦୁତ୍ବକୁ ନେଇ ବିବାଦ ସୃଷ୍ଟି ହୋଇଛି । ହିନ୍ଦୁ ବିଚାରଧାରାକୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଓ ଇସଲାମ ଜେହାଦୀ ସଂଗଠନ ସହିତ ତୁଳନା କରିଛନ୍ତି ସଲମାନ ଖୁର୍ସିଦ । ଯାହାକୁ ନେଇ ବିଜେପି ନେତାଙ୍କ ସମାଲୋଚନାର ଶିକାର ହୋଇଛନ୍ତି ସଲମନ ଖୁର୍ସିଦ। ତେବେ ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ନିର୍ବାଚନ ଥିବାବେଳେ ଏହାକୁ ନେଇ ଜୋରଦାର ରାଜନୀତି ହେଉଥିବା ଚର୍ଚ୍ଚା ହେଉଛି।