ଓଡିଶା

odisha

ETV Bharat / bharat

Remark Against Modi: କଂଗ୍ରେସ ନେତା କହିଲେ ରେଡି ଟୁ କିଲ୍ ମୋଦି, ରୁଜୁ ହେଲା ମାମଲା

ମଧ୍ୟ ପ୍ରଦେଶ କଂଗ୍ରେସ ନେତାଙ୍କ ‘ରେଡି ଟୁ କିଲ୍ ମୋଦି’ ମନ୍ତବ୍ୟ (Kill Modi statement)। କଂଗ୍ରେସ ନେତା ରାଜା ପାଟେରିଆଙ୍କ ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

Kill Modi statement: ମଧ୍ୟ ପ୍ରଦେଶ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା
Kill Modi statement: ମଧ୍ୟ ପ୍ରଦେଶ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା

By

Published : Dec 12, 2022, 5:02 PM IST

ହାଇଦ୍ରାବାଦ:‘‘ରେଡି ଟୁ କିଲ୍ ମୋଦି’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏପରି ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ମଧ୍ୟ ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ (Congress leader Raja Pateria ) । ପଟାରିଆଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ମଧ୍ୟ ପ୍ରଦେଶର ପାନା ଜିଲ୍ଲାର ପୋଓ୍ବାଇ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ପାନା ଜିଲ୍ଲାରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବା ବେଳେ ରାଜା ପଟେରିଆ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ରାଜା କହିଥିଲେ, ‘‘ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଶେଷ କରିଦେବେ । ସେ ଲୋକଙ୍କୁ ଧର୍ମ, ଜାତି ଓ ଭାଷା ଆଧାରରେ ଭେଦଭାବ ସୃଷ୍ଟି କରିବେ । ଏପରି ସ୍ଥିତିରେ ଦଳିତ ଅଦିବାସୀଙ୍କ ଭବିଷ୍ୟତ ବିପଦରେ ରହିଛି । ଯଦି ସମ୍ବିଧାନକୁ ସୁରକ୍ଷିତ ରଖିବାକୁ ପଡେ ତେବେ, ରେଡି ଟୁ କିଲ ମୋଦି ।’’ ତେବେ ସେ ହତ୍ୟା ନୁହେଁ ବରଂ କିଲ ଶବ୍ଦ ନିର୍ବାଚନରେ ପରାଜିତ କରିବା ଉଦ୍ଦେଶ୍ୟରେ କହିଥିବା ଦଳ ପକ୍ଷରୁ କୁହାଯାଇଛି । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏପରି ମନ୍ତବ୍ୟ ପରେ ତାଙ୍କ ନାମରେ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ । ଆଇପିସି 451, 504, 505 (1)(b), 505 (1)(C), 506, 153-B (1)(C) ରେ ତାଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଭିଡିଓ ଜାରି କରି ଏପରି ମନ୍ତବ୍ୟକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଦେଇଥିଲେ ।

ମନ୍ତବ୍ୟକୁ ନେଇ ବିବାଦ ହେବା ପରେ ପଟେରିଆ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ‘‘ମୁଁ ଗାନ୍ଧିଜୀଙ୍କର ଜଣେ ଅନୁଗାମୀ । ଗାନ୍ଧୀବାଦୀ କେବେ ହତ୍ୟାର କଥା କହିପାରିବେ ନାହିଁ । ଏହି ଭିଡିଓକୁ ଉଦ୍ଦେଶ୍ୟମୂଳକ ଭାବେ ବିକୃତ କରାଯାଉଛି । ମୋର କହିବାର ଉଦ୍ଦେଶ୍ୟ ଥିଲା ଦେଶ ଓ ସମ୍ବିଧାନର ରକ୍ଷା କରିବାକୁ ହେଲେ ମୋଦିଜୀଙ୍କୁ ପରାଜିତ କରିବାକୁ ପଡିବ । କିଲ ଶବ୍ଦର ଅର୍ଥ ହତ୍ୟା ନୁହେଁ ବରଂ ନିର୍ବାଚନରେ ପରାଜିତ କରିବା ଥିଲା । ଯାହାକୁ ବିକୃତ କରି ଉଦ୍ଦେଶ୍ୟମୂଳକ ଭାବେ ମତେ ବିବାଦକୁ ଟଣାଯାଉଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details