ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ ରାହୁଲ: କହିଲେ ଆଦାନୀ ଦୁର୍ନୀତି ପ୍ରତୀକ, ଏଥର ଜିତିବ କଂଗ୍ରେସ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କୋଲାରରେ ରାହୁଲ ଗାନ୍ଧୀ । ଏଥର ଦୁର୍ନୀତି ଓ ଆଦାନୀ ପ୍ରସଙ୍ଗ ଉଠାଇ ବିଜେପିକୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ରାହୁଲ: କହିଲେ ଆଦାନୀ ଦୁର୍ନୀତ ପ୍ରତୀକ
କର୍ଣ୍ଣାଟକରେ ରାହୁଲ: କହିଲେ ଆଦାନୀ ଦୁର୍ନୀତ ପ୍ରତୀକ

By

Published : Apr 16, 2023, 10:05 PM IST

Updated : Apr 17, 2023, 6:21 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଲାରରେ ରାହୁଲ ଗାନ୍ଧୀ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରିଛନ୍ତି । 4 ବର୍ଷ ତଳେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ‘ମୋଦି ସାଙ୍ଗୀଆ’ ବିବାଦୀୟ ମନ୍ତବ୍ୟରେ ଛନ୍ଦି ହୋଇଥିଲେ ରାହୁଲ । ଏହି ମାନହାନୀ ମାମଲାରେ ସେ ଦୋଷୀ ମଧ୍ୟ ସାବ୍ୟସ୍ତ ହୋଇ ନିଜ ସଭ୍ୟପଦ ହରାଇଛନ୍ତି । ତେବେ ଆଜି ବିଧାନସଭା ନିର୍ବାଚନ ପାଇଁ ସେ ସେଠାରେ ପ୍ରଚାର କରିଛନ୍ତି । ଆଜି ରାହୁଲ ତାଙ୍କ ସମ୍ବୋଧନରେ ଆଦାନୀ ଓ 40 ପ୍ରତିଶତ ପିସି ପ୍ରସଙ୍ଗ ଉଠାଇ ବାସବରାଜ ବୋମ୍ମାଇ ନେତୃତ୍ବାଧୀନ ରାଜ୍ୟ ସରକାର ଓ ନରେନ୍ଦ୍ର ମୋଦି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ।

ଦଳ ଦ୍ବାରା ଆୟୋଜିତ ‘ଜୟ ଭାରତ’ ସମାବେଶକୁ ସମ୍ବୋଧିତ କରି ରାହୁଲ ଆଦାନୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, "ଆଦନୀ ଦୁର୍ନୀତିର ପ୍ରତୀକ । ଯଦି ପ୍ରଧାନମନ୍ତ୍ରୀ ମୋଦି ଆଦାନୀକୁ ହଜାର କୋଟି ଟଙ୍କାର ଅନୁକମ୍ପା ଦେଇପାରନ୍ତି, ତେବେ ଆମେ ମଧ୍ୟ ଗରିବ, ବେରୋଜଗାର ଯୁବପିଢି ଓ ମହିଳାଙ୍କ ଉନ୍ନତି ପାଇଁ ଅର୍ଥ ରାଶି ଦେଇପାରିବୁ । ଚଳିତ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ହିଁ କ୍ଷମତାକୁ ଆସିବାକୁ ଯାଉଛି ।"

ରାହୁଲ କହିଥିଲେ "ମୁଁ ଖୁସି ଯେ,କଂଗ୍ରେସ ମିଳିତ ଭାବେ ଚଳିତ ବିଧାନସଭା ନିର୍ବାଚନ ଲଢୁଛି । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରର ଶାସନ ଚାଲିଛି । ରାଜ୍ୟରେ 40 ପ୍ରତିଶତ କମିଶନର ସରକାର ଚାଲିଛି । ରାଜ୍ୟରେ 40 ପ୍ରତିଶତ କମିଶନ ମଗାଯାଉଥିବା ନେଇ ଜଣେ କ୍ରଣ୍ଟାକ୍ଟର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କଲେ, ହେଲେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନୀରବତା ଧାରଣ କରିଛନ୍ତି ।"

ଆଜି ନିର୍ବାଚନୀ ପ୍ରଚାର ପାଇଁ କର୍ଣ୍ଣାଟକର କୋଲାରରେ ପ୍ରଦେଶ କଂଗ୍ରେସ ନେତାଙ୍କ ସହ ପହଞ୍ଚିଥିଲେ ରାହୁଲ । ରାହୁଲଙ୍କ ସହ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡି.କେ ଶିବ କୁମାର, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଉପସ୍ଥିତ ଥିଲେ । ଆଜି ରାହୁଲଙ୍କ ସମ୍ବୋଧନରେ ରାଜ୍ୟରେ ଦୁର୍ନୀତି ଓ ଆଦାନୀ ପ୍ରସଙ୍ଗ ହିଁ ମୁଖ୍ୟାଂଶରେ ଥିଲା ।

ରାହୁଲ 4 ବର୍ଷ ପୂର୍ବେ ଏହି କୋଲାରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ‘ମୋଦି ସାଙ୍ଗିଆ’ ବିବାଦୀୟ ବୟାନ ଦେଇଥିଲେ । ଯାହା ତାଙ୍କ ପାଇଁ ସଭ୍ୟପଦ ରଦ୍ଦର କାରଣ ହୋଇଥିଲା । ଦେଶରେ ସବୁ ଚୋରଙ୍କ ନାମ କିପରି ମୋଦି ହୋଇପାରେ ବୋଲି କହିଥିଲେ ରାହୁଲ । ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ଦାଏର ହୋଇଥିଲା । ନିକଟରେ ସୁରଟ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ତାଙ୍କ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଯାଇଛି । ଏବେ ଜାମିନରେ ଥିବା ରାହୁଲ ନିଜ ଦଣ୍ଡାଦେଶ ବିରୋଧରେ ଆଇନଗତ ଲଢେଇ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2023, 6:21 AM IST

ABOUT THE AUTHOR

...view details