ଓଡିଶା

odisha

ETV Bharat / bharat

NDA VS INDIA: ପ୍ରଧାନମନ୍ତ୍ରୀ ପଦ ନେଇ ନୀତିଶଙ୍କ ନାମ ରଖିଲା JDU, କଂଗ୍ରେସ କହିଲା କ୍ଷମତାକୁ ଆସିବା ପରେ ନିଷ୍ପତ୍ତି

କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆ 2024 ଲୋକସଭା ନିର୍ବାଚନରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ନିଆଯିବ । ଯେବେ କି ଜେଡିୟୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶ କୁମାରଙ୍କ ନାମ ଆଗରେ ରଖିଛି । ଅଧିକ ପଢନ୍ତୁ

By

Published : Aug 21, 2023, 11:29 AM IST

NDA VS INDIA
ଇଣ୍ଡିଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଲକ୍ଷ୍ନୌ:ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆକଳନ ଜାରି ରହିଛି । ଏବେ ଯାଏଁ ମେଣ୍ଟର ପ୍ରଧାନମନ୍ତ୍ରୀ ପଦର ଚେହେରା କିଏ ହେବ ସେ ନେଇ କୌଣସି ଆଲୋଚନା କିମ୍ବା ନିଷ୍ପତ୍ତି ହୋଇନାହିଁ । ଏନେଇ ଅନେକ କିଛି ଆକଳନ କରାଯାଉଛି । ଏହାରି ଭିତରେ ବିହାର ସରକାରର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶ କୁମାରଙ୍କ ନାମ ନେଇଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି ପ୍ରଧାନମନ୍ତ୍ରୀ ଚୟନ କ୍ଷମତା ଆସିଲା ପରେ କରାଯିବ ।

ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ (ଇଣ୍ଡିଆନ ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ) ପ୍ରସ୍ତୁତିରେ ଲାଗି ପଡିଛି । ଏବେ ଯାଏ INDIA ମେଣ୍ଟ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ନିଷ୍ପତ୍ତି ନେଇନାହିଁ । ଏହାରି ଭିତରେ ଜେଡିୟୁ ନେତା ପିଏମ ପଦ ପାଇଁ ବାରମ୍ବାର ନୀତିଶ କୁମାରଙ୍କ ନାମ ଆଗକୁ ନେଉଛି । ଏନେଇ କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି, ''ପ୍ରଧାନମନ୍ତ୍ରୀ ଚୟନ କ୍ଷମତାକୁ ଆସିବା ପରେ କରାଯିବ । କଣ ତାଙ୍କୁ ଜଣାନାହିଁ ଇଣ୍ଡିଆ ମେଣ୍ଟ ପ୍ରଧାନମନ୍ତ୍ରୀ ଚେହେରା କାହାକୁ କରାଯିବ ତାହା କ୍ଷମତାକୁ ଆସିବା ପରେ ନିଷ୍ପତ୍ତି ନିଆଯିବ । ବହୁମତ ମିଳିବା ପରେ ଚୟନ ହୋଇଥିବା ସଦସ୍ୟ ଦ୍ବାରା ନିଷ୍ପତ୍ତି ନିଆଯିବ । ଏହା ସ୍ପଷ୍ଟ ଏହା ଉପରେ ପ୍ରଶ୍ନ କରିବା ସଠିକ ନୁହେଁ । 2024ରେ ସ୍ମୃତି ଇରାନୀଙ୍କୁ ଅମେଠିରୁ ପରାସ୍ତ କରାଯିବ । ଇଣ୍ଡିଆ ମେଣ୍ଟ କିମ୍ବା କଂଗ୍ରେସ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ ତାହାର ବିଜୟ ନିଶ୍ଚିନ୍ତ ।''

ଉତ୍ତରପ୍ରଦେଶର ଅମେଠି କଂଗ୍ରେସର ଏକ ଗଡ ଥିଲା । ଯେଉଁଠି 2019 ନିର୍ବାଚନରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କଠୁ 55 ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲା । ସମୟ ଥିଲା ରାଇବରେଲିଠୁ ନେଇ ଅମେଠି କଂଗ୍ରେସର ଗଡ ଥିଲା ।

ଏହା ବି ପଢନ୍ତୁ...Bengaluru Meeting: ନାମ ଘୋଷଣା କଲା ବିରୋଧୀ ମହାମେଣ୍ଟ, ଏଥର NDA vs INDIA

ଏହା ବି ପଢନ୍ତୁ...ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର

ପ୍ରକାଶ ଥାଉ କି, ଗତ ଜୁଲାଇ 17 ଓ 18 ତାରିଖରେ ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳ ବୈଠକ ବସିଥିଲା । କେନ୍ଦ୍ରରୁ ବିଜେପିକୁ ହଟାଇବା ଲାଗି ବୈଠକରେ ଏକାଠି ହୋଇ 26 ବିରୋଧୀ ଦଳ ପଣ କରିଛନ୍ତି । ମେଣ୍ଟର ନାମ ବଦଳାଇ ନୂଆ ନାମକରଣ କରାଯାଇଛି । ୟୁପିଏ ବଦଳରେ ଇଣ୍ଡିଆ (ଇଣ୍ଡିଆନ ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ) ରଖାଯାଇଥିଲା । ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ 'ଇଣ୍ଡିଆ' ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ କରି ସାରିଛି । ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ ।

ABOUT THE AUTHOR

...view details