ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କୁ ଭେଟିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ମଙ୍ଗଳବାର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବେ କ୍ରିକେଟରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ପଞ୍ଜାବ କଂଗ୍ରେସରେ କ୍ଷମତା ଲଢେଇକୁ ନେଇ ବେଶ ଚର୍ଚ୍ଚାର ରହିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁ ।
ପଞ୍ଜାବ କଂଗ୍ରସରେ ଚାଲିଛି କ୍ଷମତା ଲଢେଇ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଦ୍ଧୁ ମଧ୍ୟରେ ଚାଲିଛି ରାଜନୈତିକ ଲଢେଇ । ଏହି ଲଢେଇ ମଧ୍ୟରେ ମଙ୍ଗଳବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । 2019ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ମନ୍ତ୍ରୀମଣ୍ଡଳରୁ ପୋର୍ଟଫୋଲିଓ ପରିବର୍ତ୍ତନକୁ ନେଇ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଥିଲେ । ଏହା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ଷମତା ଲଢେଇ । ପଞ୍ଜାବ କଂଗ୍ରେସରେ ସିଦ୍ଧୁ ନେତୃତ୍ବ ପରିବର୍ତ୍ତନ ଚାହୁଁଥିବାବେଳେ ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁକୁ ଗୁରୁତ୍ବ ନ ଦେଉନାହାଁନ୍ତି ।