ଓଡିଶା

odisha

ETV Bharat / bharat

Political Nikah: ରାଜନୀତି କରିବା ନିଶା, ୪୫ବର୍ଷରେ ବିବାହ କଲେ କଂଗ୍ରେସ ନେତା - ରାମପୁର ଆସନ

ରାଜନୀତି ଗାଦି ମୋହରେ କଂଗ୍ରେସ ନେତା ମାମୁନ । ମ୍ୟୁନିସିପାଲ ନିର୍ବାଚନ ଲାଗି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ୨ଦିନ ମଧ୍ୟରେ କଲେ ବିବାହ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 16, 2023, 6:01 PM IST

ଲକ୍ଷ୍ନୌ:ରାଜନୀତି ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେଲେ ୪୫ ବର୍ଷୀୟ ଯୁବକ । କେବେ ବିବାହ କରିବେ ନାହିଁ ବୋଲି ମନସ୍ଥ କରିଥିଲେ । ହେଲେ ନିର୍ବାଚନ ଲଢିବା ପାଇଁ ଶେଷରେ ହାତକୁ ଦୁଇ ହାତ ହୋଇଛନ୍ତି ଉତ୍ତରପ୍ରଦେଶ ରାମପୁର ଅଞ୍ଚଳର ଅଧିବାସୀ ତଥା କଂଗ୍ରେସ ନେତା ମାମୁନ ଶାହ ଖାନ । ଯେତେବେଳେ ରାମପୁର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିଲା ଏହାପରେ ସେ ୪୫ ଘଣ୍ଟା ମଧ୍ୟରେ ନିଜ ପାଇଁ ଝିଅ ଠିକ୍‌ କରିଥିବା ବେଳେ ଶନିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ବର ବେଶରେ ମାମୁନ

ରାମପୁର ଶନିବାର ବିଳମ୍ବିତ ରାତ୍ରି ପ୍ରାୟ ୧୧ଟା ବେଳେ ରାମପୁର ମ୍ୟୁନିସିପାଲ କାଉନସିଲ ସଭାପତି ମାମୁନ ବିବାହ କରିଛନ୍ତି । ଏହି ବିବାହ ସହିତ ରାମପୁର ମ୍ୟୁନିସିପାଲ ଆସନ ଲାଗି ମିଳିଛି ଜଣେ ମହିଳା ପ୍ରାର୍ଥୀ । ମ୍ୟୁନିସିପାଲ ନିର୍ବାଚନ ଲାଗି ଶେଷ ତାରିଖ ଆସନ୍ତାକାଲି ବା ଏପ୍ରିଲ ୧୭ ତାରିଖ ରହିଛି । ଏପ୍ରିଲ ୧୫ ତାରିଖରେ କଂଗ୍ରେସ ନେତା ଏକ ଘରୋଇ ମ୍ୟାରେଜ ହଲରେ ନିକାହ କରିଛନ୍ତି । ରାଜନୀତି ମୋହ ଲାଗି ଏପରି ବିବାହ କରିବା ଘଟଣା ସାରା ରାମପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହ ଉତ୍ସବରେ ଅନେକ ରାଜନେତାଙ୍କ ସହିତ ପ୍ରାୟ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ ।

ମାମୁନଙ୍କ ନିକାହରେ ସାମିଲ ହୋଇଥିବା ଅତିଥି ଗଣ

ଏହା ବି ପଢନ୍ତୁ- Stray Fog Attack: AMU ପରିସରରେ ବୁଲା କୁକୁରଙ୍କ ରାଜ, ଆକ୍ରମଣରେ ଜଣେ ମୃତ

ଯେତେବେଳେ କଂଗ୍ରେସ ନେତା ମାମୁନ ଶାହ ଖାନଙ୍କ ଦୁଲହନ ମ୍ୟାରେଜ ହଲ୍‌ରେ ନିକାହ କୁବୁଲ କରିଥିଲେ, ସେତେବେଳେ ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ସମସ୍ତ ଅତିଥି କରତାଳି ସହ ଏହି ନୂଆ ବନ୍ଧନକୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସେପଟେ ରାଜନୀତି ଲାଗି ମାମୁନ ବିବାହ କରିଥିବା ସ୍ପଷ୍ଟ ହୋଇଥିବା ବେଳେ ସେ କିଛି ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ମାମୁନ କହିଛନ୍ତି, "ବିବାହ କରିବାର ଯୋଜନା ରହିଥିଲା । ହେଲେ ରାଜନୀତିରେ ବ୍ୟସ୍ତ ଭିତରେ ରହୁଥିବାରୁ ସମୟ ହେଉନଥିଲା । ମ୍ୟୁନିସିପାଲ ନିର୍ବାଚନ ନିକଟତର ହୋଇଥିଲା । ଲୋକଙ୍କୁ ମୋର ଆବଶ୍ୟକ ରହିଥିଲା । ଏଥିଲାଗି ମୁଁ ଏହି ବିବାହ କରିଛି ।"

ତାଙ୍କ ବନ୍ଧୁମାନେ ମଧ୍ୟ ତାଙ୍କୁ ନିର୍ବାଚନ ଲଢିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବିବାହ କରିବା ଲାଗି ମନସ୍ଥ କରିଥିଲେ କଂଗ୍ରେସ ନେତା ମାମୁନ । ରାମପୁର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଘୋଷଣା ହେବା ପରେ ସେ ତୁରନ୍ତ ନିଜ ପାଇଁ କନ୍ୟାଟିଏ ଖୋଜିଥିଲେ । ଆଉ ପ୍ରାର୍ଥୀପତ୍ର ତାଲିକା ଭରିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ବିବାହ କରିଥିଲେ । ଯେତେବେଳେ ସେ ଓ ତାଙ୍କ ପତ୍ନୀ ଉଭୟ ମିଶି ରାମପୁରବାସୀଙ୍କ ସେବା କରିବେ ଏହାପରେ ସମସ୍ତ ଭ୍ରଷ୍ଟାଚାର ଦୂରେଇ ଯିବ ବୋଲି ସେ କହିଛନ୍ତି । ଗତ ୩ଦଶନ୍ଧି ଧରି ରାମପୁରରେ ମାମୁନଙ୍କ ଦବଦବା ରହିଆସିଥିବା ବେଳେ ନିଜ ଗାଦିକୁ ସୁରକ୍ଷିତ କରିବା ଲାଗି ଶେଷରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ABOUT THE AUTHOR

...view details