ଓଡିଶା

odisha

ETV Bharat / bharat

ଭାରତ ଯୋଡ ଯାତ୍ରାରେ କଂଗ୍ରେସ ନେତାଙ୍କ ମୃତ୍ୟୁ - ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରା

ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରା ଚାଲିଥିବା ସମୟରେ କଂଗ୍ରେସ ନେତାଙ୍କ ମୃତ୍ୟୁ ହୋଇଛି । ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସାଂସଦ ଜୟୀରାମ ରମେଶ । ଅଧିକ ପଢନ୍ତୁ

congress-leader-krishna-kumar-pandey-dies-during-bharat-jodo-yatra
ଭାରତ ଯୋଡ ଯାତ୍ରାରେ କଂଗ୍ରେସ ନେତାଙ୍କ ମୃତ୍ୟୁ

By

Published : Nov 8, 2022, 10:58 PM IST

ମୁମ୍ବାଇ: ଭାରତ ଯୋଡ ଯାତ୍ରାରେ ଅଘଟଣ । କଂଗ୍ରେସର ଏହି ପଦଯାତ୍ରା ୬୨ ଦିନରେ ପହଞ୍ଚିଥିବା ଏହି ଯାତ୍ରାରେ ସାମିଲ ହୋଇ ଟଳି ପଡିଲେ ଜଣେ କଂଗ୍ରେସ ନେତା(Congress leader Krishna Kumar Pandey dies during Bharat Jodo Yatra) । ମହାରାଷ୍ଟ୍ରରେ ଜାରି ରହିଥିବା ଭାରତ ଯୋଡ ଯାତ୍ରାରେ କଂଗ୍ରେସ ସେବାଦଳ ସାଧାରଣ ସମ୍ପାଦକ କ୍ରିଷ୍ଣା କୁମାର ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା କଂଗ୍ରେସ ସାଂସଦ ଜୟରାମ ରମେଶ ସୂଚନା ଦେଇଛନ୍ତି ।

ସେ ଟ୍ବିଟ କରି କହିଛନ୍ତି,"ଆଜି ସକାଳ ସମୟରେ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା, ସକାଳ ସମୟରେ ସେବା ଦଳର ସାଧାରଣ ସମ୍ପାଦକ କ୍ରିଷ୍ଣା କୁମାର ପାଣ୍ଡେ ଜାତୀୟ ପତାକା ଧରି ମୋ ସହ ବୁଲୁଥିଲେ। କିଛି ସମୟ ପରେ ସେ ସହକର୍ମୀଙ୍କୁ ପତାକା ଦେଇ କେଉଁଆଡେ ଚାଲିଯାଇଥିଲେ । କିଛି ସମୟ ପରେ ସେ ହଠାତ ତଳେ ପଡିଯିବାରୁ ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସେ ଜଣେ ଟାଣୁଆ କଂଗ୍ରେସ କର୍ମୀ ଥିଲେ । ସମସ୍ତଙ୍କ ପାଇଁ ଏହା ଏକ ଦୁଃଖର ମୁହୂର୍ତ୍ତ ବୋଲି ରମେଶ କହିଛନ୍ତି ।"

ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରି ପାଣ୍ଡେଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ତାଙ୍କର ଏହି ଦେହାନ୍ତରେ ପୁରା କଂଗ୍ରେସ ପରିବାର ଦୁଃଖିତ ବୋଲି କହିଛନ୍ତି । ସୋମବାରଠାରୁ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା । ସନ୍ଧ୍ୟାରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନନ୍ଦେଡ ଜିଲ୍ଲାର ଡିଗ୍ଲୋରର ମଦନୁର ନାକାରେ ପହଞ୍ଚିଥିଲେ । ଏହି ଯାତ୍ରା ମହାରାଷ୍ଟ୍ରରେ ୧୪ ଦିନ ଧରି ଚାଲିବ । କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ରାଜ୍ୟ ଅତିକ୍ରମ କରିଛି କଂଗ୍ରେସର ପଦଯାତ୍ରା । ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଛି କଂଗ୍ରେସର ଏହି ଭାରତ ଯୋଡ଼ ଯାତ୍ରା ।

ଏହା ମଧ୍ୟ ପଢନ୍ତୁ-Gujarat polls: ବିଜେପି କୋର କମିଟି ବୈଠକ ଡାକିଲେ ଶାହ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ୧୨ ରାଜ୍ୟ ଦେଇ ଜମ୍ମୁ କଶ୍ମୀରରେ ଶେଷ ହେବ । ଏହି ଅଭିଯାନରେ କନ୍ୟାକୁମାରୀଠାରୁ କାଶ୍ମୀର ଯାଏଁ ଦୀର୍ଘ ୩,୫୭୦ କିଲୋମିଟର ଯାଏଁ ପଦଯାତ୍ରା କରାଯିବ । ଭାରତ ଇତିହାସରେ କଂଗ୍ରେସ ନେତାମାନଙ୍କର ଏହା ଦୀର୍ଘତମ ପଦଯାତ୍ରା ବୋଲି କଂଗ୍ରେସ ଏକ ବିବୃତ୍ତିରେ ଦାବି କରିଥିଲା ।

ABOUT THE AUTHOR

...view details