ନୂଆଦିଲ୍ଲୀ:ନିକଟରେ ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଆକ୍ସନ ମୋଡକୁ ଆସିଥିଲେ ଅନ୍ତରୀଣ ଦଳ ସଭାପତି ସୋନିଆ ଗାନ୍ଧୀ । ଏଥିସହ ୫ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ ସୋନିଆ । ତେବେ ଆଜି ୫ ରାଜ୍ୟର ପରାଜୟକୁ ନେଇ ଗୁଲାମନବୀ ଆଜାଦ୍ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ।
ସେହିପରି ୫ ରାଜ୍ୟ ପରାଜୟ ପରେ କଂଗ୍ରେସ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର ବୈଠକ ଶେଷ ପରେ ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ସୋନିଆଙ୍କୁ ଭେଟିବା ସହ ପରଜାୟ ନେଇ ଆଲୋଚନ କରିଛନ୍ତି । ଏଥିସହ ବିରୋଧୀ ଦଳକୁ ପରାସ୍ତ କରିବାକୁ ଆଗାମୀ ବିଧାନସଭା ନିର୍ବାଚନରେ ମିଳିତ ଭାବେ ଲଢିବା ପାଇଁ ଆଲୋଚନା କରିଛନ୍ତି ବୋଲି ଆଜାଦ୍ କହିଛନ୍ତି ।