ଭୋପାଲ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ କହିଛନ୍ତି ଯେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିଶ୍ବ ହିନ୍ଦୁ ପରିଷଦ, ବିଜେପି ଏବଂ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଯେଉଁଭଳି ଭାବରେ ପାଣ୍ଠି ସଂଗ୍ରହ କରୁଛନ୍ତି ତାହା ଆଦୌ ଉଚିତ ନୁହେଁ ।
ଆହୁରି ମଧ୍ୟ ସେ କହିଛନ୍ତି ଯେ ନିକଟରେ ଉଜୈନ, ମାଣ୍ଡସାଉର ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସାତ୍ମକ ଘଟଣା ଘଟିଛି। ଏହି ଲୋକମାନେ ଝଣ୍ଡା ଏବଂ ଖଣ୍ଡା ଦେଖାଇ ଦାନ ସଂଗ୍ରହରେ ଲାଗିଛନ୍ତି । ଏହା ସହ ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୋଲିସ ଅଧିକାରୀଙ୍କୁ ଚିଠି ଲେଖିଥିବା କଥା ମଧ୍ୟ କହିଛନ୍ତି ଦିଗବିଜୟ ।ଯଦି ଦୋଷୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ କୋର୍ଟ ଯିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।