ଓଡିଶା

odisha

ETV Bharat / bharat

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ - ଚରଣଜୀତ ସିଂ ଚନ୍ନୀ

ପଞ୍ଜାବ କଂଗ୍ରେସର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ । ସର୍ବସମ୍ମତିକ୍ରମେ ଚନ୍ନୀଙ୍କୁ ବିଧାୟକଦଳ ନେତା ଭାବରେ ଚୟନ କରାଯାଇଛି । ଅଧିକ ପଢନ୍ତୁ...

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜୀତ ସିଂ ଚନ୍ନୀ
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜୀତ ସିଂ ଚନ୍ନୀ

By

Published : Sep 19, 2021, 6:10 PM IST

Updated : Sep 19, 2021, 6:32 PM IST

ଚଣ୍ଡିଗଡ: କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସର ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ଉଠିଛି ପରଦା । ଦୀର୍ଘ ଘଣ୍ଟାର ମାନସମନ୍ଥନ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନୀଙ୍କ ନାଁରେ ବାଜିଛ କଂଗ୍ରେସ ହାଇକମାଣ୍ଡଙ୍କ ମୋହର ।

ଏହାପୂର୍ବରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ସାମ୍ନାକୁ ଆସିଥିଲା ଖବର । ହେଲେ ଶେଷରେ ଚରଣଜିତ ସିଂହ ଚନ୍ନୀଙ୍କ ନାଁ ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ । ଚରଣଜିତ ସିଂହ ପଞ୍ଜାବ କଂଗ୍ରେସର ବିଧାୟକ ଦଳ ନେତା ଚୟନ ହୋଇଥିବା ଜଣାପଡିଛି ।

ଚରଣଜିତ ସିଂହ ଚନ୍ନୀ ଅମରିନ୍ଦର ସିଂହ ସରକାରରେ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ମନ୍ତ୍ରୀ ଅଛନ୍ତି । ଚମକୌର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଚନ୍ନୀ । ସେ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ରହିସାରିଛନ୍ତି । ଚନ୍ନୀ ଦଳିତ ସମୁଦାୟରୁ ଆସନ୍ତି ।

ରାମଦାସିଆ ଶିଖ ସମ୍ପ୍ରଦାୟରୁ ଆସୁଥିବା ଚନ୍ନୀ ପଞ୍ଜାବର ଚମକୌର ବିଧାନସଭା ଆସନରୁ ବିଧାୟକ ଅଛନ୍ତି । କ୍ୟାପ୍ଟେନ କ୍ୟାବିନେଟରେ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ମନ୍ତ୍ରୀ ଥିବା ଚନ୍ନୀଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ବିଧାୟକ ଦଳ ବୈଠକରେ ନିଆଯାଇଛି ନିଷ୍ପତ୍ତି । ତୃତୀୟ ଥର ପାଇଁ ଚମକୌରରୁ ବିଧାୟକ ନିର୍ବାଚିତ ହୋଇଥିବା ଚନ୍ନୀ 2015ରୁ 2016 ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ ।

ରାହୁଲଙ୍କ ନିକଟତର ବିବେଚିତ ଚନ୍ନୀ 2007ରେ ପ୍ରଥମ ଥର ପାଇଁ ଚମକୌର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଚରଣଜିତ ସିଂ ଚନ୍ନୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଜଣେ ଘୋର ବିରୋଧୀ ରହିଆସିଛନ୍ତି ।

ପଞ୍ଜାବରେ ହାଇଭୋଲ୍ଟେଜ ଡ୍ରାମା ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂ । ଏହାସହିତ କ୍ୟାପ୍ଟେନଙ୍କ କ୍ୟାବିନେଟ ମଧ୍ୟ ଦେଇଥିଲା ଇସ୍ତଫା । ତେବେ ଇସ୍ତଫା ଦେବା ପରେ ନବଜୋତ ସିନ୍ଧୁଙ୍କ ଉପରେ ବର୍ଷିଥିଲେ ଅମରିନ୍ଦର । ଏଭଳିକି ସିଦ୍ଧୁଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବା ଦାବି କରିଥିଲେ କ୍ୟାପ୍ଟେନ । ତେବେ ଭବିଷ୍ୟତରେ ଅନେକ ରାଜନୈତିକ ବିକଳ୍ପର ରାସ୍ତା ଖୋଲା ରହିଥିବା କହିଥିଲେ ଅମରିନ୍ଦର ସିଂହ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଅନେକ ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ସର୍ବପ୍ରଥମେ ରାହୁଲ ଗାନ୍ଧୀଙ୍କ ନିକଟତର ସୁନୀଲ ଜାଖଡଙ୍କ ନାଁ ସାମ୍ନାକୁ ଆସିଥିଲା । ଏହାପରେ ହାଇକମାଣ୍ଡ ପୂର୍ବତନ କେନ୍ଦ୍ରମମନ୍ତ୍ରୀ ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବାର କଥା କହିଥିଲେ । ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଅମ୍ବିକା । ପରେ ସୁଖଜିନ୍ଦର ରନ୍ଧାୱାଙ୍କ ନାଁରେ କଂଗ୍ରେସ ହାଇକମାଣ୍ଡଙ୍କ ମୋହର ବାଜିଥିବା ସୂତ୍ରରୁ ସୂଚନା ମିଳିଥିଲା । ହେଲେ ସମସ୍ତ ସସପେନ୍ସ ଉପରୁ ପରଦା ହଟି ଏବେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚରଣଜୀତ ସିଂହ ଚନ୍ନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2021, 6:32 PM IST

ABOUT THE AUTHOR

...view details