ଓଡିଶା

odisha

ETV Bharat / bharat

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ - ଲୋକସଭା ସଚିବାଳୟ

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ହୋଇଥିଲେ ନିଲମ୍ବିତ । ଆଜି ପୂର୍ବାହ୍ନରେ ସଂସଦ ସ୍ବାଧୀକାର କମିଟିରେ ହୋଇଥିଲେ ହାଜର । ଅଧିର ପଢନ୍ତୁ

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ
ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ

By ETV Bharat Odisha Team

Published : Aug 30, 2023, 9:59 PM IST

ନୂଆଦିଲ୍ଲୀ:କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରାଯାଇଛି । ସଂସଦ ସ୍ବାଧୀକାର କମିଟି ସୁପାରିଶ କ୍ରମେ ଚୌଧୁରୀଙ୍କ ନିଲମ୍ବନକୁ ଆଜି ପ୍ରତ୍ୟାହାର କରାଯାଇଛି । ଆଜି ସଂଧ୍ୟାରେ ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ପୂର୍ବାହ୍ନରେ ଚୌଧୁରୀ ଲୋକସଭା ସ୍ବାଧୀକାର କମିଟି ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ଏହା ପରେ କମିଟି ତାଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ଏକ ସଂକଳ୍ପ ପାରିତ କରିଥିଲା । ଏହି ସୁପାରିଶ କ୍ରମେ ଅଧୀରଙ୍କ ନିଲମ୍ବନ ପ୍ରତ୍ୟାହାର କରିଛି ଲୋକସଭା ସଚିବାଳୟ ।

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ

ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଅଧୀର ଗୃହରେ ବିଶୃଙ୍ଖଳିତ ଆଚରଣ କରିଥିବା ଅଭିଯୋଗରେ ବାଚସ୍ପତିଙ୍କ ଦ୍ବାରା ନିଲମ୍ବିତ ହୋଇଥିଲେ । ଅଧୀର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ସହ ତୂଳନା କରିବା ସହ ଧୁତରାଷ୍ଟ୍ର ବୋଲି କଟାକ୍ଷ କରିଥିବା ଅଭିଯୋଗ ହୋଇଥିଲା । 11 ତାରିଖରେ ଅନାସ୍ଥା ଆଲୋଚନାର ଶେଷ ଦିନରେ ମୌଖୀକ ଭୋଟିଂ ହୋଇଥିଲା । ଏଥିରେ ଅନାସ୍ଥା କାଟ ଖାଇଥିଲା । ଭୋଟିଂ ପରେ ଅଧୀରଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଅନୁମୋଦନ ଦେବା ସହ ଅଧୀରଙ୍କୁ ନିଲମ୍ବିତ କରିଥିଲେ ।

ଏହି କାର୍ଯ୍ୟାନୁଷ୍ଠାନକୁ କଡା ସମାଲୋଚନା କରିଥିଲେ ଅଧୀର । ସେ ଗୃହରେ କୌଣସି ଅସାମ୍ବିଧାନିକ ଶବ୍ଦ କିମ୍ବା ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିନଥିବା କହିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରି କରି ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ସୁଚିନ୍ତିତ ଯୋଜନା କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଆବଶ୍ୟକ ହେଲେ ସେ କୋର୍ଟକୁ ମଧ୍ୟ ଯିବା ପାଇଁ ପରୋକ୍ଷା ଚେତାବନୀ ଦେଇଥିଲେ । ଆଜି ସେ ସଂସଦୀୟ ସ୍ବାଧୀକାର କମିଟି ସମ୍ମୁଖରେ ହାଜର ହୋଇ ନଜ ପକ୍ଷ ରଖିଥିଲେ । ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ କମିଟି ଏକ ସଂକଳ୍ପ ପାରିତ କରି ସୁପାରିଶ କରିବା ପରେ ଲୋକସଭା ସଚିବାଳୟ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛି ।

ଏହା ମଧ୍ୟ ପଢନ୍ତୁ :-Adhir Ranjan Chowdhury Suspension: ଅଧିରଙ୍କୁ ପକ୍ଷ ରଖିବାକୁ ମିଳିବ ସୁଯୋଗ

ଏହା ପୂର୍ବରୁ ମଧ୍ୟ ଅଧୀର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅପମାନଜନକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ ଅଧୀର । ପରେ ଏହା ତ୍ରୁଟିବଶତଃ ତାଙ୍କ ମୁହଁରୁ ବାହାରି ପଡିଥିବା କହି ସେ ରାଷ୍ଟ୍ରପତିଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ତାଙ୍କଠାରୁ ଓ ଦଳର ତତ୍କାଳୀନ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲା । ଅବଶ୍ୟ କ୍ଷମା ମାଗିବା ପରେ ସେତେବେଳେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details